Advertisment

Accident: ଭୁଲ କାହାର? ସରକାରୀ ବୋଲେରୋ ଉପରେ ଓଲଟି ପଡ଼ିଲା ଟ୍ରକ, ଡ୍ରାଇଭର ମୃତ: ଭିଡିଓ ଭାଇରାଲ

ନୈନତାଲ-ରାମପୁର ଜାତୀୟ ରାଜପଥରେ ଘଟିଥିବା ଏହି ଘଟଣାରେ ବୋଲେରୋ ଡ୍ରାଇଭର ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓକୁ ଦେଖିବା ପରେ ଟ୍ରକ ନା ବୋଲେରୋ ଡ୍ରାଇଭର କାହାର ଭୁଲ ରହିଥିଲା, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
accident

ଘଟଣା ବେଳର ଦୃଶ୍ୟ

ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ଉତ୍ତର ପ୍ରଦେଶର ରାମପୁର ଜିଲ୍ଲାରେ ଗୋଟିଏ କରତ ଗୁଣ୍ଡ ବୋଝେଇ ଟ୍ରକ୍‌ ରାସ୍ତାରେ ଯାଉଥିବା ବୋଲେରୋ ଉପରେ ଓଲଟି ପଡ଼ିଛି। ବୋଲେରୋରେ ଉତ୍ତର ପ୍ରଦେଶ ସରକାର ବୋଲି ଉଲ୍ଲେଖ ରହିଛି।

Advertisment

ନୈନତାଲ-ରାମପୁର ଜାତୀୟ ରାଜପଥରେ ଘଟିଥିବା ଏହି ଘଟଣାରେ ବୋଲେରୋ ଡ୍ରାଇଭର ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓକୁ ଦେଖିବା ପରେ ଟ୍ରକ ନା ବୋଲେରୋ ଡ୍ରାଇଭର କାହାର ଭୁଲ ରହିଥିଲା, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। 

ପୂରା ଘଟଣା ପାହାଡ଼ି ଗେଟ ନିକଟ ଗଞ୍ଜ ପୁଲିସ ଷ୍ଟେସନ ଅଞ୍ଚଳରେ ଘଟିଛି। ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଜାତୀୟ ରାଜପଥରେ ଯାଉଥିବା ବୋଲେରୋଟି ହଠାତ୍‌ ବିନା ଇଣ୍ଡିକ୍ଟେରରେ ୟୁ-ଟର୍ଣ୍ଣ ନେବାକୁ ଚେଷ୍ଟା କରିଥିଲା। ଏହି ସମୟରେ ବୁଲାଣି ଆଡ଼କୁ ଗୋଟିଏ କରତ ଗୁଣ୍ଡ ବୋଝେଇ ଟ୍ରକ ମଧ୍ୟ ଦ୍ରୁତଗତିରେ ଆସୁଥିଲା।

Advertisment

ଏହା ସତ୍ତ୍ୱେ ବୋଲେରୋ ଡ୍ରାଇଭର ବିନା ଷ୍ଟପରେ ଆଗକୁ ମାଡ଼ି ଯାଇଥିଲେ। ଟ୍ରକ ଚାଳକ ଏହାକୁ ଦେଖି ଦୁର୍ଘଟଣା ଏଡ଼ାଇବାକୁ ଚେଷ୍ଟା କରିଥିଲେ। ହେଲେ ଟ୍ରକର ଚକ ଡିଭାଇଡର ଉପରେ ଚଢ଼ି ଯିବାରୁ ଡ୍ରାଇଭର ଭାରସାମ୍ୟ ହରାଇଥିଲେ। ଫଳରେ ଟ୍ରକ ଓ ଏଥିରେ ଥିବା କରତ ଗୁଣ୍ଡ ସିଧା ସାଇଡରେ ଥିବା ବୋଲେରୋ ଉପରେ ସଂପୂର୍ଣ୍ଣ ଭାବେ ଓଲଟି ପଡ଼ିଥିଲା। ଏଥିଯୋଗୁ ଘଟଣା ସ୍ଥଳରେ ବୋଲେରୋ ଡ୍ରାଇଭର ପ୍ରାଣ ହରାଇଛନ୍ତି।  


ରିପୋର୍ଟ ଅନୁସାରେ, ବୋଲେରୋକୁ ବିଜୁଳି ବିଭାଗର ଜଣେ ସବ ଡିଭିଜନାଲ ଅଫିସର ବା ଏସ୍‌ଡିଓ ବ୍ୟବହାର କରୁଥିଲେ। ଘଟଣା ବେଳେ ଗାଡ଼ିରେ ଏସଡିଓ ଜଣଙ୍କ ନଥିଲେ। ଡ୍ରାଇଭର ତାଙ୍କୁ ଗୋଟିଏ ସବ ଷ୍ଟେସନରେ ଛାଡ଼ି ଫେରୁଥିବା ବେଳେ ଏପରି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। 

ଘଟଣା ସମ୍ପର୍କରେ ଖବର ପାଇ ୩ଟି ପୁଲିସ୍‌ ଷ୍ଟେସନର ପୁଲିସ୍‌ କର୍ମଚାରୀ, ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚିଥିଲା। କ୍ରେନ ଦ୍ୱାରା ଟ୍ରକକୁ ସାଇଡ କରି ବୋଲେରକୁ ଏହା ତଳୁ ବାହାର କରାଯାଇଥିଲେ। କିନ୍ତୁ ସେତେବେଳକୁ ବୋଲେରୋ ଡ୍ରାଇଭରଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଗାଡ଼ିଟି ପୂରା ଚାପି ହୋଇ ଛିନଛତ୍ର ହୋଇ ସାରିଥିଲା। 

Accident