Advertisment
ରାତିରେ ଘରେ ଶୋଇଥିବା ବେଳେ ପଶିଗଲା ଟ୍ରକ। ଚାଲିଗଲା ଜଣଙ୍କର ଜୀବନ । ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ଥାନା କରମୂଳ ହାତିବାରୀ ଗାଁରେ ଘଟିଛି ଏହି ଦୁର୍ଘଟଣା।
Advertisment
ସୂଚନା ଅନୁଯାୟୀ, ଗୋଟିଏ ୧୮ ଚକିଆ ଟ୍ରକ ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରାକଟରକୁ ଧକ୍କା ଦେବା ପରେ ନିକଟସ୍ଥ ଏକ ଘରେ ପଶି ଯାଇଥିଲା। ଘରର କାନ୍ଥ ଭାଙ୍ଗି ଟ୍ରକଟି ଭିତରେ ପଶିଯାଇଥିଲା । ଫଳରେ ଘରେ ଶୋଇଥିବା ଅବସ୍ଥାରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ଅସ୍ଥିର ତରାଇ।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ଥିଲା। ପୁଲିସ ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/03/06/accident-2026-03-06-12-00-17.jpg)