Advertisment

ନାବାଳକଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ପୁଲିସ୍ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଜବତ କରିଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଥିବା ସୂଚନା ମିଳିଛି।

author-image
Jitendra Garnayak
Road Block

Road Block

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା କାଦଢ଼ିଆ ଗାଁର ଭୂମିଜ ସାହି ନିକଟରେ ଜଣେ ନାବାଳକଙ୍କ ଉପରେ ଟ୍ରକ୍ ମାଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି।

Advertisment

ଏହି ଘଟଣା ପରେ ଗାଁରେ ଉତ୍ତେଜନା ଦେଖା ଦେଇଛି। ଏପରିକି କୋଇଡ଼ା-ଟେନସା ରାସ୍ତାରେ ଗଛ ପକାଇ ଏହାକୁ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ।

ରାସ୍ତା ବନ୍ଦ ହୋଇଯାଇଥିବା ଯୋଗୁ କୋଇଡ଼ା-ଟେନସା ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଛି। ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।

Advertisment

ପୁଲିସ୍ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଜବତ କରିଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଥିବା ସୂଚନା ମିଳିଛି।

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

କୋଇଡ଼ାରୁ ସୁନୀଲ କୁମାର ପଣ୍ଡାଙ୍କ ରିପୋର୍ଟ

Accident Road Accident