Advertisment

ଭୁବନେଶ୍ୱରରେ ଇଞ୍ଜିନିୟରିଂ ଛାତ୍ରଙ୍କ ଉପରେ ଚଢ଼ିଗଲା ଟ୍ରକ୍

ରସୁଲଗଡ଼ରୁ ବାଣୀବିହାର ଆଡ଼କୁ ଯାଉଥିବା ବେଳେ ସ୍କୁଟିକୁ ଧକ୍କା ଦେଇଥିଲା ଟ୍ରକ୍‌। ଟ୍ରକ୍‌ ଧକ୍କାରେ ସ୍କୁଟି ଚାଳକଙ୍କ ମୁଣ୍ଡ ପୂରା ନଷ୍ଟ ହୋଇଯାଇଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Scooty and Das

Scooty and Das

ଭୁବନେଶ୍ୱରର ବାଣୀ ବିହାର ଓଭରବ୍ରିଜ୍‌ରେ ଆଜି ସକାଳେ ଟ୍ରକ୍ ମାଡ଼ି ଯିବାରୁ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ପ୍ରତ୍ୟୁତପର୍ଣ୍ଣ ଦାସ। ତାଙ୍କ ଘର ରସୁଲଗଡ଼ ଅଞ୍ଚଳରେ। ସେ ଓଡ଼ିଶା ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚରେ ବିଟେକର ଇଲେକଟ୍ରୋନିକ୍ସ ବିଭାଗର ପ୍ରଥମ ବର୍ଷ ଛାତ୍ର ଥିଲେ।

Advertisment

ପ୍ରତ୍ୟୁତପର୍ଣ୍ଣ ଆଜି ସ୍କୁଟିରେ କଲେଜ ଅଭିମୁଖେ ଯାଉଥିବା ବେଳେ ବାଣୀବିହାର ଓଭରବ୍ରିଜ୍‌ରେ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ସ୍କୁଟି ପଛରେ ଟ୍ରକ୍‌ଟି ଯାଉଥିଲା। ହଠାତ୍ ସ୍କୁଟି ଚାଳକ ଟ୍ରକ୍ ସାମ୍ନାକୁ ଚାଲି ଯାଇଥିଲେ। ଟ୍ରକ୍‌ଟି ତାଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା।

ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିଛି ପୁଲିସ। ଟ୍ରକ ଡ୍ରାଇଭରଙ୍କୁ ଅଟକ ରଖାଯାଇଛି। ଟ୍ରକର କାଗଜପତ୍ର ଯାଞ୍ଚ କରୁଛି ସହିଦନଗର ଥାନା ପୁଲିସ।

Advertisment
Accident Road Accident