Advertisment

ଭୁଶୁଡ଼ିଲା ନିର୍ମାଣାଧୀନ ଟନେଲ; ଜଣେ ମୃତ, ୩ ଗୁରୁତର

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଏକ ନିର୍ମାଣାଧୀନ ଟନେଲ ଭୁଶୁଡି ପଡିଛି।

ଅଦ୍ୟତନ ହୋଇଛି
Tunnel

Tunnel

Advertisment

ରାଜସ୍ଥାନର ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଏକ ନିର୍ମାଣାଧୀନ ଟନେଲ ଭୁଶୁଡି ପଡିଛି। ଏଥିରେ ଚାରିଜଣ ଶ୍ରମିକ ଚାପି ହୋଇଯାଇ ଥିବାବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ଅନୁସାରେ, ଏହି ଦୁର୍ଘଟଣା ରାଜସ୍ଥାନର କୋଟା ରାମଗଞ୍ଜମଣ୍ଡିର ମୋଡକ୍ ଅଞ୍ଚଳରେ ଘଟିଛି। ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ନିର୍ମାଣାଧୀନ ଟନେଲରେ କାମ ଚାଲି ଥିବାବେଳେ ହଠାତ୍ ଟନେଲ୍ ଭୁଶୁଡି ପଡିଥିଲା। ଏଥିରେ ଚାରି ଜଣ ଶ୍ରମିକ ଭଗ୍ନାବଶେଷ ତଳେ ଚାପି ହୋଇ ଯାଇଥିଲେ।

ଖବର ପାଇ ପୁଲିସ ଏବଂ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଅଧିକାରୀମାନେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ତିନି ଜଣଙ୍କର ଚିକିତ୍ସା ଚାଲିଛି।  

Advertisment

ମୃତକଙ୍କ ଘର ଉତ୍ତରାଖଣ୍ଡ ଡେରାଡୁନରେ, ତାଙ୍କ ନାମ ଶମଶେର ସିଂହ ରାବତ (୩୩)। ଆହତଙ୍କ ପରିଚୟ ମିଳିପାରି ନାହିଁ।

Tunnel Collapses Delhi-Mumbai Expressway Tunnel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe