Advertisment

ବାଇକ ଉପରେ ଚଢିଗଲା ଟ୍ରକ

ବରଗଡ଼ ପାଣିଛତର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ ଧକ୍କାରେ ଦୁଇ ବାଇକ ଚାଳକଙ୍କର ମୃତ୍ୟୁ ଘଟିଛି। ବାଇକ ଉପରେ ଚଢ଼ିଗଲା ଟ୍ରକ। ଘଟଣା ସ୍ଥଳରେ ବାଇକ ଚାଳକଙ୍କ ସହିତ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।

author-image
Biswajit Samal
ଅଦ୍ୟତନ ହୋଇଛି
Bargarh

Bargarh

ବରଗଡ଼ ପାଣିଛତର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ ଧକ୍କାରେ ଦୁଇ ବାଇକ ଚାଳକଙ୍କର ମୃତ୍ୟୁ ଘଟିଛିl ବାଇକ ଉପରେ ଚଢ଼ିଗଲା ଟ୍ରକ। ଘଟଣା ସ୍ଥଳରେ ବାଇକ ଚାଳକଙ୍କ ସହିତ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।

Advertisment

ମୃତ ଯୁବକ ଦୁଇଜଣ ହେଲେ ବରଗଡ଼ ହାଟପଦାର ୪୦ ବର୍ଷିୟ ବିଶ୍ୱନାଥ ସାହୁ ଓ ଅଜୁର୍ନ ରାଉତ ବୟସ ୪୭ ବୋଲି ଜଣାପଡ଼ିଛି। ଉଭୟ ଆଜି ସକାଳୁ ଏକ ହୋଣ୍ଡା ସାଇନ ବାଇକରେ ହୀରାକୁଦକୁ ବଣଭୋଜି କରିବାକୁ ଯାଉଥିଲେ।

ନାଗେନପାଲି ଏଫସିଆଇ ଗୋଦାମ ସମ୍ମୁଖରେ ଏକ ଟ୍ରକ ବିପରୀତ ଦିଗରୁ ଆସି ବାଇକ ଉପରେ ମାଡ଼ି ଯାଇଥିଲା। ଘଟଣା ସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଟ୍ରକ ଛାଡ଼ି ଡ୍ରାଇଭର ଫେରାର ହୋଇଯାଇଥିଲା। ଗ୍ରାମାଞ୍ଚଳ ଥାନା ପୁଲିସ ଗାଡ଼ି ଦୁଇଟିକୁ ଜବତ କରି ଘଟଣାର ତଦନ୍ତ ଚଳାଉଛି।

Advertisment

ରିପୋର୍ଟ – ବରଗଡ଼ରୁ ଧର୍ମଦତ୍ତ ପାଢୀ

Accident Baragarh Truck