Advertisment

ଧକ୍କା ହେବା ପରେ ଜଳିଗଲା ୨ ବାଇକ୍

ଗୋଟିଏ ବାଇକ୍‌କୁ ଆଉ ଏକ ବାଇକ୍ ପଛରୁ ଧକ୍କା ଦେଇଥିଲା।

author-image
Jitendra Garnayak
Accident

Accident

ଗୋଟିଏ ବାଇକ୍‌କୁ ପଛରୁ ପିଟିଲା ଆଉ ଏକ ବାଇକ୍। ଏହା ପରେ ଦୁଇଟି ଯାକ ବାଇକ୍‌ରେ ଲାଗିଯାଇଥିଲା ନିଆଁ। ଏହି ଘଟଣାରେ ଜଣେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧୀନ ପାଳଦାବାଙ୍କ ନିକଟରେ।

Advertisment

ଜଣେ ବ୍ୟକ୍ତି ୧୬ ନମ୍ବର ଜାତୀୟ ରାଜପଥରେ ବାଇକ୍‌ରେ ବାଲେଶ୍ୱରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ। ପାଳଦାବାଙ୍କ ନିକଟରେ ଆଉ ଏକ ବାଇକ୍ ଆସି ତାଙ୍କୁ ପଛରୁ ଧକ୍କା ଦେଇଥିଲା। ପଛରୁ ଧକ୍କା ଦେଇଥିବା ବାଇକ୍‌ର ଟାଙ୍କିରୁ ପେଟ୍ରୋଲ ବାହାରି ନିଆଁ ଲାଗି ଯାଇଥିଲା। ଦେଖୁ ଦେଖୁ ବାଇକ ଦୁଇଟି ପୂରା ନିଆଁ କବଳକୁ ଚାଲି ଯାଇଥିଲା।

ଏହି ଦୁର୍ଘଟଣାରେ ପଛରୁ ଧକ୍କା ଦେଇଥିବା ବାଇକର ଚାଳକ ଆହତ ହୋଇଛନ୍ତି। ତାଙ୍କ ଦେହରେ ମଧ୍ୟ ନିଆଁ ଲାଗି ଯାଇଥିଲା। ତାଙ୍କୁ ପ୍ରଥମେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

Advertisment

ଘଟଣାସ୍ଥଳରେ ଭଣ୍ଡାରିପୋଖରୀ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ। ଭଣ୍ଡାରିପୋଖରୀ ପୁଲିସ ଘଟଣାର ତଦନ୍ତ କରୁଛି।

Accident Road Accident