Advertisment

ଦୁଇ ବାଇକ ମୁହାଁମୁହିଁ ଧକ୍କା, ଚାଳକ ମୃତ

ସତ୍ୟାନନ୍ଦ ଓ ତାଙ୍କ ସ୍ତ୍ରୀ ବାଇକରେ ନିଜ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ। ସେଇ ସମୟରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା।

ଅଦ୍ୟତନ ହୋଇଛି
Accident

Accident

Advertisment

ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୧୪୯ ନମ୍ବର ଜାତୀୟ ରାଜପଥର ପରମହଂସପୁର ଛକ ନିକଟରେ। ମୃତକ ହେଲେ ଅନୁଗୁଳ ଜିଲ୍ଲା ଖମାର ଥାନା କୁଞ୍ଜାମ ଗାଁର ସତ୍ୟାନନ୍ଦ ସାହୁ।

Advertisment

ସତ୍ୟାନନ୍ଦ ଓ ତାଙ୍କ ସ୍ତ୍ରୀ ବାଇକରେ ନିଜ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ। ସେଇ ସମୟରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ ଉଭୟ ବାଇକର ଚାଳକ ଓ ଅନ୍ୟ ଦୁଇଜଣ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ସଙ୍ଗେ ସଙ୍ଗେ ଗୁରୁତର ମାନଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ସତ୍ୟାନନ୍ଦ ସାହୁଙ୍କୁ ଡାକ୍ତର ମୃତ ଘୋଷଣା କରିବା ସହ ଅନ୍ୟ ଦୁଇ ଜଣ ଚିକିତ୍ସିତ ହେଉଛନ୍ତି। ଗୁରୁତର ମାନଙ୍କ ପରିଚୟ ଅସ୍ପଷ୍ଟ ରହିଛି। ପରଜଙ୍ଗ ପୁଲିସ ଘଟଣାର ତଦନ୍ତ କରୁଛି।

Accident Roadaccident Accidental Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe