Advertisment

ଦୁଇ ବାଇକ ମୁହାଁମୁହିଁ ଧକ୍କା, ଦୁଇ ମୃତ

ସରଧାପୁର ଗାଁ ନିକଟରେ ଦୁଇଟି ବାଇକ ଭାରସାମ୍ୟ ହରାଇ ମୁହାମୁହିଁ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ହିଁ ବାଇକ ଚାଳକଙ୍କର ମୃତ୍ୟୁ ହୋଇଥିଲା।

ଅଦ୍ୟତନ ହୋଇଛି
Bike

Bike

Advertisment

ଆଜି ସନ୍ଧ୍ୟାରେ ନୂଆପଡ଼ା ଜିଲ୍ଲା ବେଲଟୁକୁରୀ ଥାନା ସରଧାପୁର ଗାଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଦ୍ୱୟ ହେଲେ ବରଗଡ଼ଜିଲ୍ଲା ଝାରବନ୍ଧ ଥାନା ବିଲାସପୁର ଗାଁର ଦିଲୀପ କୁମାର ଭୋଇ ଓ ଅନ୍ୟ ଜଣକ ଘର ବେଲଟୁକୁରି ଥାନା ସରଧାପୁର ଗାଁର ରାହୁଲ ପାଣ୍ଡେ ବୋଲି ଜଣା ପଡ଼ିଛି।

Advertisment

ଦୁଇ ବାଇକ ଦ୍ରୁତଗତିରେ ଆସୁଥିଲେ। ସରଧାପୁର ଗାଁ ନିକଟରେ ଦୁଇଟି ବାଇକ ଭାରସାମ୍ୟ ହରାଇ ମୁହାମୁହିଁ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ହିଁ ଉଭୟଙ୍କର ବାଇକ ଚାଳକଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ବାଇକ ପଛରେ ବସିଥିବା ଆଉ ୨ଜଣ ଗୁରୁତର ଆହାତ ହୋଇଥିଲେ। ଆହାତ ମାନଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକେ।

Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe