Advertisment

କାରକୁ ପିଟିଲା ହାଇୱା, ୨ ବିଜେପି କର୍ମୀଙ୍କ ମୃତ୍ୟୁ

ଦେବେନ୍ଦ୍ର ଓ ମୁରଲୀଧର କୌଣସି କାମରେ ଭୁବନେଶ୍ୱର ଯାଇଥିଲେ। ସେମାନେ ଟ୍ରେନ୍ ଯୋଗେ ସମ୍ବଲପୁର ଫେରିଥିଲେ। ସେଠାରୁ ଗାଁକୁ ଫେରିବା ପାଇଁ ସେମାନେ କାର ମଗାଇଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Car

Car

ସମ୍ବଲପୁର-ବରଗଡ଼ ଜାତୀୟ ରାଜପଥର କଣ୍ଟାପାଲି ଓଭରବ୍ରିଜ ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ କାରକୁ ହାଇୱା ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ମୃତକ ଦ୍ୱୟ ବିଜେପି କର୍ମୀ। ସେମାନେ ହେଉଛନ୍ତି ଦଳର ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ପୂର୍ବତନ ସରପଞ୍ଚ ମୁରଲୀଧର ଛୁରିଆ।

Advertisment

ଦେବେନ୍ଦ୍ର ଓ ମୁରଲୀଧର କୌଣସି କାମରେ ଭୁବନେଶ୍ୱର ଯାଇଥିଲେ। ସେମାନେ ଟ୍ରେନ୍ ଯୋଗେ ସମ୍ବଲପୁର ଫେରିଥିଲେ। ସେଠାରୁ ଗାଁକୁ ଫେରିବା ପାଇଁ ସେମାନେ କାର ମଗାଇଥିଲେ। ମୁରଲୀଧରଙ୍କ ଘରୁ କାର ଆସିଥିଲା। ସେମାନେ ବିଳମ୍ବିତ ରାତିରେ କାର ଯୋଗେ ଘରକୁ ଫେରୁଥିବା ବେଳେ କଣ୍ଟାପାଲି ଓଭରବ୍ରିଜ ନିକଟରେ ଏକ ହାଇୱା ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ହାଇୱା ଧକ୍କାରେ କାରଟି ଓଲଟି ପଡ଼ିଥିଲା। 

Debendraମୃତ ଦେବେନ୍ଦ୍ର ନାୟକ

ଘଟଣାସ୍ଥଳରେ ଦେବେନ୍ଦ୍ର ଓ ମୁରଲୀଧରଙ୍କ ମୃତ୍ୟୁ ଘଟିଥିଲା। ଡ୍ରାଇଭର ସମେତ ୪ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ହାଇୱାଟିକୁ ଜବତ କରିଥିବା ବେଳେ ଡ୍ରାଇଭରକୁ ଅଟକ ରଖିଛି।

Advertisment
Accident