Advertisment

ନାଗ- ନାଗୁଣୀ ଯୋଡ଼ି ଉଜାଡ଼ିଦେଲା ସଂସାର; ଆଖି ବୁଜିଲେ ଦୁଇ ପୁଅ, ମେଡିକାଲରେ ବାପା

ଦୁଇ ପୁଅଙ୍କୁ ହରାଇ ପାଗଳପ୍ରାୟ ହୋଇ ପଡ଼ିଥିବା ବ୍ୟକ୍ତିଜଣକ ମାନସିକ ଧକ୍କା ପାଇ ଏବେ ମେଡିକାଲ ବେଡରେ ଛଟପଟ ହେଉଛନ୍ତି।

2 Brothers Dead

2 Brothers Dead

Advertisment

ଏକ ନାଗ- ନାଗୁଣୀ ଯୋଡ଼ି ଉଜାଡ଼ିଦେଲା ଏକ ହସଖୁସିର ସଂସାର। ୨ ପୁଅଙ୍କୁ ଚୋଟ ମାରି ଜୀବନ ନେବାର ୩ ଦିନ ପରେ ବାପାକୁ ବି କାମୁଡ଼ିବାକୁ ଉଦ୍ୟମ କଲା । ଫଳରେ ଦୁଇ ପୁଅଙ୍କୁ ହରାଇ ପାଗଳପ୍ରାୟ ହୋଇ ପଡ଼ିଥିବା ବ୍ୟକ୍ତିଜଣକ ମାନସିକ ଧକ୍କା ପାଇ ଏବେ ମେଡିକାଲ ବେଡରେ ଛଟପଟ ହେଉଛନ୍ତି। ଏପରି ଏକ ଘଟଣା ଉତ୍ତରପ୍ରଦେଶର ପ୍ରତାପଗଡ଼ ଜିଲ୍ଲା ଧଧୁଆ ଗାଜନ ଗାଁରେ ଘଟିଛି।

Advertisment

ଗାଁର ବବଲୁ ଯାଦବ ଅଲଗା ସହରରେ ରହୁଥିବା ବେଳେ ଗାଁରେ ତାଙ୍କ ପତ୍ନୀ ଓ ୯ ବର୍ଷୀୟ ଓ ୭ ବର୍ଷୀୟ ପୁଅ ରହୁଥିଲେ। ଗତ ୧୭ ତାରିଖ ରାତିରେ ଏକ ନାଗ-ନାଗୁଣି ଯୋଡ଼ି ବବଲୁଙ୍କ ଘରେ ପଶିଥିଲେ। ଏହାପରେ ସେମାନେ ଖଟରେ ଶୋଇଥିବା ଦୁଇ ଭାଇଙ୍କୁ କାମୁଡ଼ି ଦେଇଥିଲେ।

ଦୁଇ ପୁଅଙ୍କ ଚିତ୍କାର ଶୁଣି ବବଲୁଙ୍କ ପତ୍ନୀ ଉଠି ସାପ ଘରୁ ଯାଉଥିବା ଦେଖିବାକୁ ପାଇଲେ। ଏହାପରେ ତୁରନ୍ତ ପିଲା ଦୁଇଜଙ୍କୁ ଝଡ଼ାଫୁଙ୍କା କରିଥିଲେ ବି କିଛି ସୁଫଳ ନ ମିଳିବାରୁ ହସ୍ପିଟାଲ ନେଇ ଯାଇଥିଲେ । ମାତ୍ର ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଖବର ପାଇ ବବଲୁ ଘରେ ପହଞ୍ଚି ପିଲା ଦୁଇ ଜଣଙ୍କ ମୃତଦେହ ଦେଖି ବେହୋସ ହୋଇ ଯାଇଥିଲେ। ଦୁଇ ପୁଅଙ୍କୁ ହରାଇ ପତିପତ୍ନୀ ଅସହାୟ ହୋଇ ପଡ଼ିଥିବା ବେଳେ ଗାଁ ଲୋକେ ଶବ ସତ୍କାର କରିଥିଲେ।

ପ୍ରଶାସନ ପକ୍ଷରୁ ବବଲୁଙ୍କୁ ୮ ଲକ୍ଷର ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ସେ କିନ୍ତୁ ନେବାକୁ ମନା କରିଦେଇଥିଲେ। ମୋର ସର୍ବସ୍ୱ ଚାଲି ଯାଇଥିବା ବେଳେ ଟଙ୍କା ନେଇ କ’ଣ କରିବି ବୋଲି କହିଥିଲେ।

ଏହାପରେ ଗତ ୨୦ ତାରିଖରେ ବବଲୁ ବାହାରକୁ ଶୌଚ ହେବାକୁ ଯାଇଥିବା ବେଳେ ଉକ୍ତ ନାଗ-ନାଗୁଣୀ ଯୋଡ଼ି ତାଙ୍କୁ କାମୁଡ଼ିବାକୁ ଚେଷ୍ଟା କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସେ ବେହୋସ ହୋଇ ପଡ଼ିଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ସେଠାରେ ତାଙ୍କ ଚିକିତ୍ସା ଚାଲିଛି।

ଏହାପରେ ଗାଁ ଲୋକେ ସ୍ଥାନୀୟ ଅଞ୍ଚଳର ସାପୁଆ କେଳା ଡାକି ତାଙ୍କୁ ବାହାର କରିବାକୁ ଚେଷ୍ଟା କରିଥିଲେ। ମାତ୍ର ସେମାନେ ଧରା ଦେଇ ନ ଥିଲେ। ଏହାପରେ କାନପୁରରୁ ସାପୁଆ କେଳା ଆସି ଉକ୍ତ ଦୁଇ ନାଗ-ନାଗୁଣିଙ୍କୁ କାବୁ କରିଥିବା ଜଣାଯାଇଛି।

Snake Bite Child's Dead Body
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe