DeadBody
ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ଆଜି ୨ ସଂପର୍କୀୟ ଭାଇଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଉଛନ୍ତି ରଜକିରଣ ଶତପଥୀ (୨୩) ଓ ନଳିନୀକାନ୍ତ ତ୍ରିପାଠୀ (୨୭)। ରଜକିରଣଙ୍କ ଘର ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡିରେ। ସେହିପରି ତାଙ୍କ ସଂପର୍କୀୟ ଭାଇ ନଳିନୀକାନ୍ତ ଇଚ୍ଛାପୁରମରେ ରହୁଥିଲେ।
Advertisment
ରଜକିରଣ ଓ ନଳିନୀକାନ୍ତ ଶ୍ରାଦ୍ଧ ଦେବା ପାଇଁ ପୁରୀ ଆସିଥିଲେ। ସେମାନେ ନରେନ୍ଦ୍ର ପୁଷ୍କରିଣୀରେ ଗାଧୋଇବା ବେଳେ ଅସାବଧାନତା ବଶତଃ ବୁଡ଼ି ଯାଇଥିଲେ ବୋଲି ଜଣାପଡ଼ିଛି। ଅଗ୍ନିଶମ ବାହିନୀ ୨ ଭାଇଙ୍କୁ ପାଣିରୁ ଉଦ୍ଧାର କରିଥିଲା। ତେବେ ସେତେବେଳକୁ ସେମାନଙ୍କର ମୃତ୍ୟୁ ଘଟି ସାରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
