/odisha-reporter/media/post_attachments/uploadimage/library/16_9/16_9_0/Drown_1704535363.jpg)
Drown
ପୋଖରୀରେ ବୁଡ଼ି ଭାଇଭଉଣୀ ମୃତ। ଯାଜପୁର ମଙ୍ଗଳପୁର କୂଳସାହି ଗାଁରେ ଘଟିଛି ଏହି ଘଟଣା। ଘର ପାଖ ପୋଖରୀ ନିକଟରେ ଖେଳୁଥିବା ବେଳେ ଭାଇ ଭଉଣୀ ବୁଡ଼ି ଯାଇଛନ୍ତି। ମୃତ ଭାଇର ବୟସ ୩ ବର୍ଷ ହୋଇଥିବା ବେଳେ ଭଉଣୀର ବୟସ ୨ ବର୍ଷ ବୋଲି ସୂଚନା ମିଳିଛି।
ମୃତ ଶିଶୁ ପୁତ୍ରର ନାଁ କାହ୍ନା ଜେନା। ତାଙ୍କ ବାପାଙ୍କ ନାଁ ମାନସ ଜେନା। ସେହିପରି ମୃତ ଶିଶୁ କନ୍ୟାର ନାଁ ରୂପା ଜେନା। ସେ ମାନସ ଜେନାଙ୍କ ସାନ ଭାଇ ମିଥୁନ ଜେନାଙ୍କ ଝିଅ।
ଭାଇଭଉଣୀ ଘର ବାହାରେ ଖେଳୁଥିବା ବେଳେ ପାଖରେ ଥିବା ପୋଖରୀରେ ବୁଡ଼ି ଯାଇଥିଲେ। ସେମାନେ କେମିତି ବୁଡ଼ିଲେ କେହି ଜାଣି ନାହାନ୍ତି। ଛୁଆ ଦୁଇଟି ନମିଳିବାରୁ ଖୋଜାଖୋଜି କଲା ପରେ ପୋଖରୀରୁ ମିଳିଥିଲେ। ଏହି ଘଟଣା ଘଟିବା ବେଳେ ଘରେ କେହି ପୁରୁଷ ଲୋକ ନଥିଲେ।
ମୃତକଙ୍କ ସଂପର୍କୀୟ କୃଷ୍ଣଚନ୍ଦ୍ର ଜେନା କହିଛନ୍ତି, ଘର ପାଖରେ ପୋଖରୀଟି ଅଛି। ପରିବାରର ସ୍ତ୍ରୀ ଲୋକେ ରୋଷେଇ କରୁଥିବା ବେଳେ ଛୁଆ ବୁଡ଼ି ଯାଇଛନ୍ତି। କେହି ଜାଣିପାରି ନାହାନ୍ତି। ଛୁଆଙ୍କୁ ଉଦ୍ଧାର କରି ଆମେ ମଙ୍ଗଳପୁର ଡାକ୍ତରଖାନା ନେଇଥିଲୁ। ସେଠାରେ ଆମକୁ ଯାଜପୁର ଟାଉନ୍ ନେଇଯିବାକୁ କହିଥିଲେ। ଏଠାରେ ଭାଇଭଉଣୀଙ୍କୁ ମୃତ ଘୋଷଣା କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
