Advertisment

ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ

ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।

author-image
Jitendra Garnayak
Drown

Drown

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଦୁରେସ ପଦର ଗାଁରେ ଆଜି ଅପରାହ୍ନରେ ପୋଖରୀରେ ବୁଡ଼ି ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି।

Advertisment

ମୃତକ ଦ୍ୱୟ ହେଉଛନ୍ତ ଗାଁର ସୁରେଶ ନାଏକଙ୍କ ପୁଅ ଅସ୍ମାନ ନାଏକ ଓ ଈଶ୍ୱର ନାଏକଙ୍କ ପୁଅ ଶାନ୍ତନୁ ନାଏକ। ଉଭୟଙ୍କୁ ୭ ବର୍ଷ ହୋଇଥିଲା।

ଆଜି ଅପରାହ୍ନ ପ୍ରାୟ ଦୁଇଟା ବେଳେ ଅସ୍ମାନ ଓ ଈଶ୍ୱର ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ ଆଉ ଫେରି ନ ଥିଲେ। ପରିବାର ଲୋକେ ଖୋଜାଖୋଜି କରି ସେମାନଙ୍କୁ ପାଇ ନଥିଲେ। ପରେ ପୋଖରୀରୁ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।

Advertisment
Drown Case Drowning Death