Advertisment

ଟ୍ରକ୍ ଧକ୍କାରେ ଦୁଇ କଲେଜ ଛାତ୍ରୀ ମୃତ, ଜଣେ ଗୁରୁତର

ଆଜି କଲେଜ ଯାଉଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇ ଓଲଟି ପଡ଼ିଥିଲା।

Accident

Accident

Advertisment

ବରଗଡ଼ ଜିଲ୍ଲା ଗୋଡ଼ଭଗା-ବିନିକା ରାସ୍ତାର ପୋଡ଼ବାଡ଼ି ଛକରେ ଟ୍ରକ୍ ଧକ୍କାରେ ଦୁଇ ଜଣ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଆଉ ଜଣେ ଛାତ୍ରୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

Advertisment

ମୃତ ଛାତ୍ରୀ ଦ୍ୱୟ ହେଉଛନ୍ତି ଅନୁପମା ମଲ୍ଲିକ ଓ ଜୟଶ୍ରୀ ରଣା। ସେମାନେ କାଦୋବାହାଲ ଗାଁର। ସେମାନେ କାଦୋବାହାଲ କଲେଜରେ ଯୁକ୍ତ ଦୁଇରେ ପଢୁଥିଲେ। ସେହିପରି ଗୁରୁତର ଥିବା ଛାତ୍ରୀ ଜଣଙ୍କ ହେଉଛନ୍ତି ପ୍ରିୟ ମଞ୍ଜରୀ ଜେନା। ସେ ବି ସେହି କାଦୋବାହାଲ ଗାଁର ଓ ଯୁକ୍ତ ଦୁଇରେ ପଢ଼ନ୍ତି।

ଆଜି କଲେଜ ଯାଉଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ତିନି ଜଣଙ୍କୁ ଉଦ୍ଧାର କରି ବୁର୍ଲା ବଡ଼ ଡାକ୍ତରଖାନା ପଠା ଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅନୁପମା ଓ ଜୟଶ୍ରୀଙ୍କ ମୃତ୍ୟୁ ହୋଇଥିଲା। ପ୍ରିୟ ମଞ୍ଜରୀ ଚିକିତ୍ସାଧୀନ ଅଛନ୍ତି।

Advertisment

ଅନ୍ୟପକ୍ଷରେ ଏହି ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଛି। ମୃତକ ଦ୍ୱୟଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ ଲୋକେ ରାସ୍ତାରୋକ କରିଛନ୍ତି। ଅତାବିରା ପୁଲିସ ସେମାନଙ୍କୁ ବୁଝାସୁଝା କରୁଥିବା ବେଳେ ଟ୍ରକ୍ ଡ୍ରାଇଭରକୁ ଅଟକ ରଖିଛି।

ବରଗଡ଼ରୁ ଦୀପକ ଶର୍ମାଙ୍କ ରିପୋର୍ଟ

Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe