Advertisment

ପୋଖରୀରେ ବୁଡ଼ି ଚାଲିଗଲା ୨ଭାଇଙ୍କ ଜୀବନ

ଦୁଇ ପିଲାଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

ଅଦ୍ୟତନ ହୋଇଛି
Drown

Drown

Advertisment

ପୋଖରୀରେ ବୁଡ଼ି ୨ ଭାଇଙ୍କର ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଭିମାନପୁର ଗାଁରେ। ଉଭୟ ସମ୍ପର୍କରେ ଜଣେ ଦାଦା ପୁଅ ଓ ବ ଡ଼ବାପାଙ୍କ ପୁଅ ବୋଲି ଜଣାଯାଇଛି। ସେମାନେ ହେଲେ ପ୍ରତୀକ ପ୍ରଣୟନ କର ଓ ଲିଙ୍କୁନ କର।  ଜଣଙ୍କ ବୟସ ୧୨ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କର ୧୧ ବର୍ଷ ବୋଲି ଜଣାଯାଇଛି।

Advertisment

ଆଜି ସକାଳେ ପ୍ରଣୟନ  ଓ ଲିଙ୍କୁନ ଟ୍ୟୁସନରୁ ଫେରି ଗାଁ ନିକଟ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ନିଜର ଡ୍ରେସକୁ ପୋଖରୀ ହୁଡ଼ାରେ ରଖି ଦେଇ ଗାଧୋଉଥିଲେ। ଗାଧୋଇଲା ବେଳେ ଉଭୟ ବୁଡ଼ି ଯାଇଥିଲେ।

ପୁଅ ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ। ପରେ ପୋଖରୀ ହୁଡ଼ାରେ ଉଭୟଙ୍କ ଡ୍ରେସ ଥିବା ଦେଖିଥିଲେ। ପୋଖରୀରେ ଖୋଜାଖୋଜି କରିବା ପରେ ଉଭୟଙ୍କ ମୃତଦେହ ମିଳିଥିଲା। ଦୁଇ ପିଲାଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

Advertisment
Nayagarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe