Advertisment

ପୋଖରୀରେ ବୁଡ଼ି ଗଲେ ଦୁଇ ସଂପର୍କୀୟ ଭଉଣୀ

ମୃତକଙ୍କ ମଧ୍ୟରୁ ଜଣଙ୍କୁ ୧୫ ଓ ଅନ୍ୟ ଜଣଙ୍କୁ ୧୭ ବର୍ଷ ହୋଇଥିଲା ବୋଲି ଜଣାପଡ଼ିଛି।

Drown

Drown

Advertisment

ପୋଖରୀରେ ଗାଧୋଉ ଥିବା ବେଳେ ବୁଡ଼ି ଗଲେ ଦୁଇ ସଂପର୍କୀୟ ଭଉଣୀ। ଘଟଣାଟି ଘଟିଛି ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ପ୍ରତାପପୁର ଗାଁର ଡାହି ସାହିରେ।

Advertisment

ମୃତକ ଦ୍ୱୟ ହେଉଛନ୍ତି ଗାଁର ସନ୍ତୋଷ ନାୟକଙ୍କ ଝିଅ ସୁରେଖା ନାୟକ (୧୫) ଓ ରାସପୁର ନାୟକଙ୍କ ଝିଅ ଝିଲ୍ଲୀ ନାୟକ (୧୭)। ଆଜି ଦିନ ପ୍ରାୟ ୧୦ଟା ବେଳେ ସେମାନେ ଘର ପଛ ପାଖରେ ଥିବା ଏକ ପୋଖରୀକୁ ଗାଧୋଇବାକୁ ଯାଇଥିଲା।

ଗାଧୋଇବା ବେଳେ କୌଣସି କାରଣରୁ ଉଭୟ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇଥିଲେ। ତେବେ ସେଠାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା।

Advertisment

ରିପୋର୍ଟ- ମାନିକ୍ ଲାଲ୍ ପାଣି

Drowning Death Drowning Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe