Advertisment

ପାନ ପତ୍ର ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ୨ ମୃତ, ୧୪ ଆହତ

୧୪ ଆହତଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

Pickup Van

Pickup Van

Advertisment

ପୁରୀ ଜିଲ୍ଲା ନୟାହାଟ-କାକଟପୁର ରାସ୍ତାର ଜଗନ୍ନାଥପୁର ନିକଟରେ ଆଜି ଭୋରରେ ଏକ ପାନ ପତ୍ର ବୋଝେଇ ପିକ୍‌ଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ମୃତାହତମାନେ ପାନଚାଷୀ। ଦୁଇ ମୃତକ ଦେଉଛନ୍ତି ଅସ୍ତରଙ୍ଗ ଛତିଆନା ଗାଁର ଯୋଗେନ୍ଦ୍ର ସ୍ୱାଇଁ ଓ କେନ୍ଦ୍ରାପଟି ଗାଁର ଶରତ ସାହୁ।

Advertisment

କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳର ୧୬ ଜଣ ଚାଷୀ ଆଜି ଭୋରରେ କାକଟପୁରରୁ ପିକ୍‌ଅପ୍‌ ଭ୍ୟାନ୍‌ରେ ପାନ ପତ୍ର ନେଇ ନୟାହାଟ ପାନ ମଣ୍ଡିକୁ ଯାଉଥିବା ବେଳେ ଜଗନ୍ନାଥପୁର ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଭାରସାମ୍ୟ ହରାଇ ପିକ୍‌ଅପ୍ ଭ୍ୟାନ୍‌ଟି ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ଯୋଗେନ୍ଦ୍ର ସ୍ୱାଇଁ ଓ ଶରତ ସାହୁଙ୍କର ମୃତ୍ୟୁ ଘଟିଥିଲା।

ଗାଡ଼ିରେ ଥିବା ଅନ୍ୟ ୧୪ ଜଣ ଚାଷୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। କାକଟପୁର ପୁଲିସ ଦୁର୍ଘଟଣାଗ୍ରସ୍ତ ପିକ୍‌ଅପ୍‌ ଭ୍ୟାନ୍‌କୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି। ପିକ୍‌ଅପ୍ ଭ୍ୟାନ୍‌ଟି ଦ୍ରୁତଗତିରେ ଯାଉଥିବାରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ବୋଲି କୁହାଯାଉଛି।

Advertisment
Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe