Advertisment

କାର୍‌-ବାଇକ୍ ମୁହାଁମୁହିଁ ଧକ୍କା: ୨ ମୃତ

ଘରକୁ ଫେରୁଥିବା ବେଳେ ଚାଲିଗଲା ଜୀବନ।

author-image
Jitendra Garnayak
Car

Car

ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ବରହାଖାଇ ଠାରେ କାର୍ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି।

Advertisment

ମୃତକ ଦ୍ୱୟ ବାଇକ୍‌ରେ ଯାଉଥିଲେ। ସେମାନେ ହେଉଛନ୍ତି ରିକାଶ ନାଏକ ଓ ବୀରେନ୍ଦ୍ର ମହାନନ୍ଦିଆ। ରିକାଶଙ୍କ ଘର କୁଲବା ଗ୍ରାମରେ ହୋଇଥିବା ବେଳେ ବୀରେନ୍ଦ୍ର ତେଲେନଡ଼ିହିର ବାସିନ୍ଦା ଥିଲେ।

ରିକାଶ ଓ ବୀରେନ୍ଦ୍ର ଦୁଇ ସାଙ୍ଗ ଥିଲେ। ସେମାନେ ଉଜ୍ଜ୍ୱଳପୁର ବିଦ୍ୟୁତ୍ ଡିଭିଜନରେ କାମ କରୁଥିଲେ। କାର୍ଯ୍ୟସ୍ଥଳୀରୁ ଘରକୁ ଫେରୁଥିବା ବେଳେ ସେମାନେ ଦୁର୍ଘଟଣାର ଶିକାର ହୋଇଥିଲେ।

Advertisment
Accident Road Accident