Advertisment

ଦୀପାବଳି ଉପହାର ଦେଇ ଫେରିବା ବେଳେ ଧକ୍କା ଦେଲା ଟ୍ରକ୍‌, ୨ ମୃତ

ଦୀପାବଳି ଅବସରରେ କମ୍ପାନୀ ପକ୍ଷରୁ ବିଭିନ୍ନ ଶୋ’ରୁମ୍‌ ଓ ଏଜେଣ୍ଟମାନଙ୍କୁ ଉପହାର ଦେବାକୁ ସୁମନ୍ତ ଏବଂ କମଳେଶ ବରଗଡ଼ ଜିଲ୍ଲାକୁ ଆସିଥିଲେ।

author-image
Jitendra Garnayak
Accident

Accident

ବରଗଡ଼ ଜିଲ୍ଲା ଅତାବିରା ଥାନା ଦେବାହାଲ ନିକଟରେ ଏକ ବାଇକ୍‌କୁ କୋଇଲା ବୋଝେଇ ଟ୍ରକ୍‌ ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି, ସୁମନ୍ତ ଦେବନାଥ ଓ କମଳେଶ ସାହୁ।

Advertisment

ସୁମନ୍ତଙ୍କ ଘର ସମ୍ବଲପୁର ସଦର ଥାନା ଦଣ୍ଡେଇପାଲି ଗାଁରେ ଓ କମଳେଶଙ୍କର ସିଦ୍ଧେଶ୍ୱରବେରଣା ଗାଁରେ। ସେମାନେ ଶ୍ରୀରାମ ଜେନେରାଲ ଇନ୍ସ୍ୟୁରାନ୍ସ କମ୍ପାନୀର କର୍ମଚାରୀ ଥିଲେ।

ଦୀପାବଳି ଅବସରରେ କମ୍ପାନୀ ପକ୍ଷରୁ ବିଭିନ୍ନ ଶୋ’ରୁମ୍‌ ଓ ଏଜେଣ୍ଟମାନଙ୍କୁ ଉପହାର ଦେବାକୁ ସୁମନ୍ତ ଏବଂ କମଳେଶ ବରଗଡ଼ ଜିଲ୍ଲାକୁ ଆସିଥିଲେ। କାମ ସାରି ସମ୍ବଲପୁରକୁ ଫେରିବା ସମୟରେ ଗତକାଲି ବିଳମ୍ବିତ ରାତିରେ ଦେବାହାଲ ଗାଁ ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ବାଇକ୍‌କୁ ଧକ୍କା ଦେବା ପରେ ଟ୍ରକ୍‌ଟି ଓଲଟି ପଡ଼ିଥିଲା।  

Advertisment

ପୁଲିସ୍ ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

Accident Road Accident