Advertisment

ବିଲରେ ବାଇକ୍‌ ସହ ପଡ଼ିଛି ଦୁଇ ମୃତଦେହ, ମିଳୁନି ପରିଚୟ

ବିଲରେ ଆଣ୍ଠୁଏ ଲେଖା ପାଣି ଥିବା ବେଳେ ତା’ ଭିତରେ ପଡ଼ିଥିଲା ବାଇକ୍‌। ଆଉ ବାଇକ୍‌ ଆଖପାଖରେ ଖୋଜାଖୋଜି କରିବାରୁ ମିଳିଲା ଦୁଇ ଯୁବକଙ୍କ ମୃତଦେହ।

bike

bike

Advertisment

ବିଲରେ ଆଣ୍ଠୁଏ ଲେଖା ପାଣି ଥିବା ବେଳେ ତା’ ଭିତରେ ପଡ଼ିଥିଲା ବାଇକ୍‌। ଆଉ ବାଇକ୍‌ ଆଖପାଖରେ ଖୋଜାଖୋଜି କରିବାରୁ ମିଳିଲା ଦୁଇ ଯୁବକଙ୍କ ମୃତଦେହ। ଏପରି ଏକ ଅଭାବନୀୟ ଘଟଣା ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲାର ମୋରଡା ଥାନା ଅନ୍ତର୍ଗତ ଚିତ୍ରଡା-ଦାନ୍ତିଆମୁହାଁ ରାସ୍ତା ପାରିଆଉଡା ଛକ ନିକଟରେ ଘଟିଛି। ମୃତକଦ୍ୱୟଙ୍କ ପରିଚୟ ମିଳିପାରିନି।

Advertisment

ସ୍ଥାନୀୟ ଲୋକମାନେ ଆଜି ସକାଳୁ ପାଣି ଭର୍ତ୍ତି ବିଲ ଭିତରେ ବାଇକ୍‌ ଦେଖିଥିଲେ । ଏହାପରେ ପାଣି ଭିତରେ ଖୋଜାଖୋଜି କରିବାରୁ ଦୁଇ ଯୁବକଙ୍କୁ ଦେଖିବାକୁ ପାଇଥିଲେ।

ସ୍ଥାନୀୟ ଲୋକେ ତୁରନ୍ତ ଏ ନେଇ ପୁଲିସ୍ କୁ ଜଣାଇବା ପରେ ଘଟଣା ସ୍ଥଳରେ ପୁଲିସ ଏବଂ ଦମକଳ ବାହିନୀ ପହଞ୍ଚି ଦୁଇ ଯୁବକଙ୍କୁ ମୃତ ଅବସ୍ଥାରେ ପାଣି ଭିତରୁ ଉଦ୍ଧାର କରିଥିଲେ। ଦୁଇ ଯୁବକଙ୍କ ପରିଚୟ ମିଳିପାରିନି।

Advertisment

 ପାରିପାର୍ଶ୍ୱିକ ସ୍ଥିତିରୁ ଦୁଇ ଯୁବକଙ୍କ ବାଇକ୍ ରାସ୍ତା କଡ଼ରେ ଥିବା ଏକ ଖଜୁରୀ ଗଛରେ ଧକ୍କା ହୋଇ ବିଲକୁ ଛିଟିକି ଥାଇପାରେ ବୋଲି ଅନୁମାନ କରାଯାଉଛି। ଏହାପରେ ଉଭୟ ଯୁବକଦ୍ୱୟ ବିଲ ପାଣିରେ ବୁଡ଼ି ଯାଇଥିବା ବେଳେ ସେଠାରେ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।

ଏହି ଘଟଣା ଗତକାଲି ବିଳମ୍ବିତ ରାତିର ବୋଲି ଅନୁମାନ କରାଯାଉଛି। ପୁଲିସ୍‌ ଗାଡି ନମ୍ବର ଯାଞ୍ଚ କରି ଦୁଇ ମୃତକଙ୍କ ପରିଚୟ ପାଇବାକୁ ଚେଷ୍ଟା କରୁଛି। ମୃତ ଯୁବକଦ୍ୱୟ ଆଖପାଖ ଅଞ୍ଚଳର ହୋଇ ନ ଥିବା ସ୍ଥାନୀୟ ଲୋକେ କହିଛନ୍ତି।

Accident Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe