Accident
ପୁଣି ଘାତକ ସାଜିଲା ବୋଣ ଗୋଦାମ। ଭୟଙ୍କର ବିସ୍ଫୋରଣରେ ଚାଲିଗଲା ୨ ଜଣଙ୍କ ଜୀବନ। ଜଣେ ମହିଳା ନିଖୋଜ ଥିବାବେଳେ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜିଆକଟା ଏବଂ ଛତ୍ରପୁର ଗାଁ ମଝିରେ ଥିବା ବାଣ ଗୋଦାମରେ ଘଟିଛି ଏହି ଅଘଟଣ।
ବାଣ ବିସ୍ଫୋରଣରେ ଗୋଦାମ ଘର ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଏକ କିଲୋମିଟର ଦୂରରେ ଥିବା ପୁରୁଣାକଟକ ମାର୍କେଟର ଅନେକ ଗାଡ଼ି ଶୋ’ରୁମ୍ ଏବଂ କିଛି ଦୋକାନ ଘରର କାଚ ଭାଙ୍ଗି ଯାଇଛି। ତେବେ କେଉଁ ପରିସ୍ଥିତିରେ ଏଭଳି ଏକ ବିସ୍ଫୋରଣ ଘଟିଲା, ସେନେଇ ସ୍ପଷ୍ଟ ହୋଇ ନଥିବାବେଳେ ଘଟଣାସ୍ଥଳରେ ହରଭଙ୍ଗା ଅଗ୍ନିଶମ ବାହିନୀ ଓ ପୁରୁଣା କଟକ ପୁଲିସ ଛାନଭିନ ଚଳାଇଛନ୍ତି।
ଏହି ଘଟଣା ପରେ ବାଣ ଗୋଦାମ ମାଲିକ ଫେରାର ଥିବା ବେଳେ ପୁରୁଣା କଟକ ବ୍ୟାଙ୍କ କଲୋନୀ ସ୍ଥିତ ତାଙ୍କ ଘରେ ରେଡ୍ କରିଛି ପୁଲିସ। ୩ ମହଲା ବିଶିଷ୍ଟ ତାଙ୍କ ଘରେ ବାଣ ଭର୍ତ୍ତି ଥିବା ସୂଚନା ମିଳିଛି। ପାଣି ପକାଇ ସେଗୁଡ଼ିକୁ ପୁଲିସ ନିଷ୍କ୍ରିୟ କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Accident_1758462773.jpg)