Advertisment

ନିଗମାନନ୍ଦ ସମ୍ମିଳନୀ ବେଳେ ୨ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ହୃଦଘାତ ଯୋଗୁ ଉଭୟଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

author-image
Jitendra Garnayak
Medical

Medical

ପୁରୀରେ ନିଗମାନନ୍ଦ ସମ୍ମିଳନୀ ଚାଲିଥିବା ବେଳେ ଆଖି ବୁଜିଛନ୍ତି ଦୁଇ ଜଣ ଭକ୍ତ। ସେମାନଙ୍କ ମଧ୍ୟରୁ ଜଣେ କଟକର ହୋଇଥିବା ବେଳେ ଅନ୍ୟ ଜଣେ ପଶ୍ଚିମବଙ୍ଗର ମେଦିନପୁର ବୋଲି ସୂଚନା ମିଳିଛି।

Advertisment

ପ୍ରାଥମିକ ସୂଚନା ଅନୁଯାୟୀ, ସମ୍ମିଳନୀ ଚାଲିଥିବା ବେଳେ ଏହି ଦୁଇ ଭକ୍ତଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା। ତେଣୁ ସେମାନଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଉଭୟ ହୃଦଘାତର ଶିକାର ହୋଇଥିବା ଜଣାପଡ଼ିଛି।

ସମ୍ମିଳନୀରେ ଅତ୍ୟଧିକ ଭକ୍ତଙ୍କ ସମାଗମ ଯୋଗୁ ଏହି ଅଘଟଣ ଘଟିଥାଇପାରେ ବୋଲି କୁହାଯାଉଛି।

Advertisment