Advertisment

ବଜ୍ରାଘାତରେ ୨ ମୃତ

ଗଛ ତଳେ ଛିଡ଼ା ହୋଇଥିବା ବେଳେ ମାରିଦେଲା ବିଜୁଳି।

Dead Persons

Dead Persons

Advertisment

ବଜ୍ରପାତରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ କାଳିବାହାଲ ଗାଁରେ ଘଟିଛି ଏହି ଘଟଣା।

Advertisment

ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ଏହି ଘଟଣା ଘଟିଛି। ଗାଁ ପାଖ ଜମିରେ ମୃତକ ଦ୍ୱୟ ଚାଷ କାର୍ଯ୍ୟରେ ବ୍ୟସ୍ତ ଥିଲେ। ସେତିକି ବେଳେ ବର୍ଷା ହେବା ସହିତ ବିଜୁଳି ମାରିଥିଲା।

ଏହା ଦେଖି ଉଭୟେ ପାଖରେ ଥିବା ଏକ ମହୁଲ ଗଛ ତଳକୁ ଚାଲିଯାଇଥିଲେ। ଗଛ ମୂଳେ ଆଶ୍ରୟ ନେଇଥିବା ବେଳେ ସେମାନେ ବଜ୍ରାଘାତ ଶିକାର ହୋଇଥିଲେ।

Advertisment

ଉଭୟଙ୍କୁ ଅଚେତ ଅବସ୍ଥାରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe