Advertisment

ଦଶତୁଠରେ ଅଘଟଣ; ନଦୀରେ ବୁଡ଼ି ପୁତୁରା ମୃତ, ବଞ୍ଚାଇବାକୁ ଯାଇ ଦାଦା ନିଖୋଜ

ନିଖୋଜ ବ୍ୟକ୍ତି ଜଣେ ଅବସରପ୍ରାପ୍ତ ଶିକ୍ଷକ।

author-image
Jitendra Garnayak
Sampad Jena

Sampad Jena

ଦଶତୁଠରେ ଘଟିଲା ଅଘଟଣ। ନଦୀରେ ବୁଡ଼ି ଚାଲିଗଲା ପୁତୁରାର ଜୀବନ। ପୁତୁରାକୁ ବଞ୍ଚାଇବାକୁ ଯାଇ ଦାଦା ନିଖୋଜ। ଜଗତସିଂହପୁର ଜିଲା ତାର୍ତ୍ତୋଲ ବ୍ରିଜ ନିକଟରେ ଆଜି ଘଟିଛି ଏହି ଦୁଃଖଦ ଘଟଣା।

Advertisment

ମୃତକଙ୍କ ନାଁ କାହ୍ନା ଜେନା। ନିଖୋଜ ଥିବା ତାଙ୍କ ଦାଦାଙ୍କ ନାଁ ସମ୍ପଦ ଜେନା। ସେ ଜଣେ ଅବସରପ୍ରାପ୍ତ ଶିକ୍ଷକ। କୋଲର ପଞ୍ଚାୟତ ନଗାପୁର ଗାଁରେ ତାଙ୍କ ଘର।

ଆଜି ସମ୍ପଦଙ୍କ ବଡ଼ବୋଉଙ୍କର ଦଶକର୍ମ ତାର୍ତ୍ତୋଲ ବ୍ରିଜ୍‌ ନିକଟରେ ମହାନଦୀ ତୁଠରେ ଚାଲିଥିବା ବେଳେ ଘଟିଥିଲା ଅଘଟଣ। କାହ୍ନା ନଦୀରେ ଗାଧୋଉଥିବା ବେଳେ ବୁଡ଼ି ଯାଇଥିଲେ। ସେଠାରେ ଉପସ୍ଥିତ ତାଙ୍କ ଦାଦା ସମ୍ପଦ ଜେନା ତାଙ୍କୁ ଉଦ୍ଧାର କରିବାକୁ ନଦୀ ଭିତରକୁ ଯାଇଥିଲେ। ତେବେ ସେ ନିଖୋଜ ହୋଇଯାଇଥିଲେ। ଖବର ଲେଖାଯିବା ସୁଦ୍ଧା ତାଙ୍କର ପତ୍ତା ମିଳିନାହିଁ। 

Advertisment
Drowning Death