Advertisment

ବିଦ୍ୟୁତ୍ ଆଘାତରେ ହାତୀ ମୃତ, ଟ୍ରେନ୍ ଧକ୍କାରେ ହାତୀ ଛୁଆ ମୃତ

ସମ୍ବଲପୁର ଓ ସୁନ୍ଦରଗଡ଼ରେ ଘଟିଛି ଏହି ଦୁଇ ଘଟଣା।

Elephant

Elephant

Advertisment

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଡିଭିଜନ ନାକଟିଦେଉଳ ରେଞ୍ଜ ଚରଡ଼ପଶି ଗାଁ ନିକଟସ୍ଥ ଜଙ୍ଗଲରେ ବିଦ୍ୟୁତ୍ ଆଘାତରେ ଏକ ମାଈ ହାତୀର ମୃତ୍ୟୁ ଘଟିଛି। ଜଙ୍ଗଲରେ ଏକ ୧୧ କେଭି ତା’ର ତଳକୁ ଓହଳି ରହିଥିବା ବେଳେ ସେଥିରେ ହାତୀଟିର ଶୁଣ୍ଢ ବାଜି ଯାଇଥିଲା ବୋଲି ଜଣାପଡ଼ିଛି। 

Advertisment

ଏହି ଖବର ପାଇବା ପରେ ରେଢ଼ାଖୋଲ ଡିଏଫଓ, ଏସିଏଫ, ରେଞ୍ଚର ଓ ଅନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳର ଯାଞ୍ଚ କରିଛନ୍ତି। ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ରେଢ଼ାଖୋଲ ଡିଏଫ୍‌ଓ ଅରବିନ୍ଦ ମହାନ୍ତି।

ଡିଏଫ୍‌ଓ କହିଛନ୍ତି ଯେ ଉକ୍ତ ଅଞ୍ଚଳରେ ଏବେ ବିଦ୍ୟୁତ୍ ତାର ପରିବର୍ତ୍ତନ କାମ ଚାଲିଛି। ତଥାପି ଏମିତି ଏକ ଘଟଣା ଘଟିଗଲା। ଅନ୍ୟପକ୍ଷରେ ଏହି ଘଟଣା ପାଇଁ ଉଭୟ ବନ ଓ ବିଦ୍ୟୁତ୍ ବିଭାଗକୁ ଦାୟୀ କରିଛନ୍ତି ଲୋକେ। ସେମାନଙ୍କ ଅବହେଳା ଓ ସମନ୍ୱୟର ଅଭାବରୁ ହାତୀଟିର ମୃତ୍ୟୁ ଘଟିଥିବା କୁହାଯାଉଛି।

Advertisment

ସେହିପରି ସୁନ୍ଦରଗଡ଼ ଜିଲ୍ଲା ବରସୁଆଁ ରେଞ୍ଜ ଚୋରଧରା ସେକ୍ସନ ସୁନୁବୁରୁ ରେଳ ଧାରଣାରେ ଟ୍ରେନ୍ ଧକ୍କାରେ ଏକ ଛୁଆ ହାତୀର ମୃତ୍ୟୁ ଘଟିଛି। ଖବର ଲେଖାଯିବା ବେଳକୁ ମୃତ ହାତୀ ଛୁଆକୁ ତା’ ମା’ ସମେତ ୬ ଟିକିଆ ହାତୀ ପଲ ଘେରି ରହିଛନ୍ତି। ତେଣୁ ରେଳ ଓ ବନ ବିଭାଗର କର୍ମଚାରୀ ଏବଂ ଅଧିକାରୀ ମୃତ ହାତୀ ଛୁଆ ପାଖରେ ପହଞ୍ଚି ପାରି ନାହାନ୍ତି। 

Elephant Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe