Advertisment

ଟ୍ରେନ୍ ଧକ୍କାରେ ଗଲା ଦୁଇ ହାତୀଙ୍କ ଜୀବନ

ଟ୍ରେନ୍ ଧକ୍କାରେ ଦୁଇଟି ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ଆହତ ହୋଇଥିବା ଜଣାପଡ଼ିଛି।

Elephant

Elephant

Advertisment

ଟ୍ରେନ୍ ଧକ୍କାରେ ଦୁଇଟି ହାତୀଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲ୍ଲା ଦୈତାରୀ ରେଞ୍ଜ ଆମ୍ବଧରା ନିକଟରେ ଘଟିଛି ଏ ଦୁର୍ଘଟଣା। ଗତକାଲି ବିଳମ୍ବିତ ଏକ ମାଲବାହୀ ଟ୍ରେନ୍ ଧକ୍କାରେ ଏହି ଦୁଇ ହାତୀଙ୍କ ମୃତ୍ୟୁ ଘଟିଛି। ଏକ ହାତୀପଲ ଟ୍ରେନ୍ ଲାଇନ୍ ପାର୍ ହେଉଥିବା ବେଳେ ମାଲବାହୀ ଟ୍ରେନଟି ସେମାନଙ୍କୁ ଧକ୍କା ଦେଇଥିଲା। ଏଥିରେ ଦୁଇଟି ହାତୀଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଗୋଟିଏ ହାତୀ ଆହତ ହୋଇଥିବା ଜଣାପଡ଼ିଛି। ଆହତ ହାତୀଟି ଜଙ୍ଗଲ ଭିତରକୁ ପଳାଇଛି। ଖବର ଘଟଣାସ୍ଥଳରେ ଆନନ୍ଦପୁର ଡିଏଫଓଙ୍କ ସମେତ ଅନ୍ୟାନ୍ୟ ବନ କର୍ମଚାରୀ ପହଞ୍ଚି ଘଟଣାସ୍ଥଳରେ ଯାଞ୍ଚ କରୁଛନ୍ତି।

Advertisment

କାହାର ତ୍ରୁଟି ଯୋଗୁ ଏଭଳି ଏକ ଘଟଣା ଘଟିଗଲା, ତାହା ଜଣାପଡ଼ିନାହିଁ। ହାତୀ ପଲ ସେହି ଅଞ୍ଚଳରେ ଥିବା ନେଇ ବନ ବିଭାଗ ପାଖରେ ନିଶ୍ଚିତ ଭାବେ ଖବର ଥିବା କଥା। କାରଣ ସେମାନେ ବରାବର ଦାବି କରୁଛନ୍ତି ଯେ ବିଭିନ୍ନ ଉପାୟରେ ସେମାନେ ହାତୀଙ୍କ ଗତିବିଧି ଉପରେ ନଜର ରଖୁଛନ୍ତି। ଯଦି ବନ ବିଭାଗ ଏହା ଜାଣିଥିଲା, ତା’ହେଲେ ରେଳବାଇକୁ ଅବଗତ କରାଇଥିଲା ନା ନାହିଁ? ସମନ୍ୱୟରେ ଅଭାବ ରହିଗଲା କି? ଯଦି ରେଳ କର୍ତ୍ତୃପକ୍ଷଙ୍କ ପାଖକୁ ଉକ୍ତ ଅଞ୍ଚଳରେ ହାତୀଙ୍କ ଉପସ୍ଥିତି ନେଇ ସୂଚନା ଆସିଥିଲା, ସେମାନେ ଟ୍ରେନ୍‌କୁ ବେଗ କମାଇବାକୁ କାହିଁକି ନିର୍ଦ୍ଦେଶ ଦେଇ ନଥିଲେ? ନା ସେମାନଙ୍କ ନିର୍ଦ୍ଦେଶକୁ ଟ୍ରେନ୍‌ର ଲୋକ ପାଇଲଟ ମାନି ନଥିଲେ? ଏମିତି ଅନେକ ପ୍ରଶ୍ନ ଏବେ ଉଠିଛି।

Elephant Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe