Advertisment

ବଜ୍ରପାତରେ ଦୁଇ ଚାଷୀ ମୃତ

ବଜ୍ରପାତ ବେଳେ ଗୋବିନ୍ଦ ଓ ଶିବଙ୍କ ଆଖପାଖରେ ଆଉ କିଛି ଲୋକ ଥିଲେ। କିନ୍ତୁ ସେମାନଙ୍କର କିଛି ହୋଇନାହିଁ।

Lightening

Lightening

Advertisment

ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଡୁମାପଦା ଗାଁରେ ଆଜି ଅପରାହ୍ନରେ ବିଲରେ କାମ କରୁଥିବା ବେଳେ ବଜ୍ରପାତ ହେବା ଯୋଗୁଁ ଦୁଇ ଜଣ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତକ ଦ୍ୱୟ ହେଉଛନ୍ତି- ଡୁମାପଦା ଗାଁ ପାଖ ଶଂଖଯୋଡ଼ ଗାଁର ଗୋବିନ୍ଦ ମହାନ୍ତ ଓ ଭୁଡୁରୁବଣି ଗାଁର ଶିବ ହାଁସଦା।

Advertisment

ବିଜୁଳି ମାରିବା ପରେ ଅଚେତ ହୋଇଯାଇଥିବା ଗୋବିନ୍ଦ ମହାନ୍ତ ଓ ଶିବ ହାଁସଦାଙ୍କୁ ବେତନଟୀ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। 

ଆଜି ବଜ୍ରପାତ ବେଳେ ଗୋବିନ୍ଦ ଓ ଶିବଙ୍କ ଆଖପାଖରେ ଆଉ କିଛି ଲୋକ ଥିଲେ। କିନ୍ତୁ ସେମାନଙ୍କର କିଛି ହୋଇନାହିଁ। 

Advertisment

ପ୍ରାୟ ମାସେ ତଳେ ବେତନଟୀ ବ୍ଲକର ମେରଦା ଗାଁରେ ଚାଷ କାମ କରୁଥିବା ବେଳେ ବିଜୁଳି ମାରିବାରୁ ଏକ ଦମ୍ପତିଙ୍କ ମୃତ୍ୟୁ ଘଟିଥିଲା। 

ରିପୋର୍ଟ- ବାରିପଦାରୁ ମାନିକ୍ ଲାଲ୍ ପାଣି

Lightning Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe