Advertisment

ଟ୍ରେନ୍‌ରେ କଟି ଦୁଇ ପାଚିକା ସହାୟିକାଙ୍କ ମୃତ୍ୟୁ

ଟ୍ରେନ୍‌ରେ ଚଢ଼ୁଥିବା ବେଳେ ଘଟିଲା ଅଘଟଣ!

ଅଦ୍ୟତନ ହୋଇଛି
Accident Place

Accident Place

Advertisment

ଭୁବନେଶ୍ୱରରେ ପାଚିକା ସହାୟିକା ସଂଘର ରାଲିରେ ଯୋଗ ଦେବାକୁ ଯାଉଥିବା ବେଳେ ଟ୍ରେନ୍‌ରୁ ପଡ଼ି ଦୁଇ ଜଣ ପାଚିକା ସହାୟିକାଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲା ସୁରଳ ରୋଡ୍ ରେଳ ଷ୍ଟେସନ ଆଜି ସକାଳେ ଘଟିଛି ଏହି ଘଟଣା।

Advertisment

ମୃତ ପାଚିକା ସହାୟିକା ଦ୍ୱୟ ହେଉଛନ୍ତି ପାର୍ବତୀ ଗୌଡ଼ ଓ ଝୁନୁ ଗୌଡ଼। ସେମାନଙ୍କ ଘର ଚିକିଟି ବ୍ଲକ ପିତାତଳି ପଞ୍ଚାୟତ ଜଗନ୍ନାଥପୁର ଗାଁରେ। ସେମାନେ ଜଗନ୍ନାଥପୁର ସ୍କୁଲରେ ପାଚିକା ସହାୟିକା ଭାବେ କାର୍ଯ୍ୟ କରୁଥିଲେ।

ଭୁବନେଶ୍ୱର ଯିବା ପାଇଁ ସେମାନେ ଆଜି ସକାଳେ ପଲାସା-କଟକ ଡିଏମ୍‌ୟୁରେ ଚଢ଼ିଥିଲେ। ସୂଚନା ଅନୁଯାୟୀ, ସେମାନେ ତରତର ହୋଇ ଟ୍ରେନ୍‌ରେ ଚଢ଼ୁଥିବା ବେଳେ ପଡ଼ି ଯାଇଥିଲେ। ପ୍ରଥମେ ଜଣେ ପଡ଼ି ଯାଇଥିଲେ। ତାଙ୍କୁ ରକ୍ଷା କରିବାକୁ ଯାଇ ଅନ୍ୟ ଜଣେ ପଡ଼ି ଯାଇଥିଲେ। ଫଳରେ ଟ୍ରେନ୍‌ରେ କଟି ସେମାନଙ୍କର ସେହିଠାରେ ମୃତ୍ୟୁ ଘଟିଥିଲା।

Advertisment

ଆରପିଏଫ୍‌ ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହା ସହିତ ମାମଲା ରୁଜୁ କରି କେମିତି ଏଭଳି ଏକ ଘଟଣା ଘଟିଲା ତା’ର ତଦନ୍ତ କରୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe