/odisha-reporter/media/post_attachments/uploadimage/library/16_9/16_9_0/IMAGE_1697022049.jpg)
Brahmani River
ଗାଧୋଇବା ବେଳେ ବ୍ରହ୍ମଣୀରେ ବୁଲିଗଲେ ଦୁଇ ସାଙ୍ଗ। ସ୍ଥାନୀୟ ଲୋକେ ଦୁଇ ସାଙ୍ଗଙ୍କୁ ପାଣିରୁ ଉଦ୍ଧାର କରିଥିଲେ। ଆଜି ଅପରାହ୍ନରେ ଏପରି ଘଟଣା ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରେ ଘଟିଛି।
Advertisment
ଧର୍ମଶାଳା ଥାନା କୁମରୀ ଗାଁର ସୌମ୍ୟରଞ୍ଜନ ମହାରଣା, ଦେଓଦା ଗୋବିନ୍ଦ ରଣା ଓ ଅନ୍ୟ ୨ ସାଙ୍ଗଙ୍କ ସହ ମିଶି ବ୍ରହ୍ମଣୀ ନଦୀର ଗୋକର୍ଣ୍ଣେଶ୍ୱର ଘାଟକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇବା ବେଳେ ଦୁଇ ସାଙ୍ଗ ପ୍ରଥମେ ପଳାଇ ଆସିଥିଲେ। ହେଲେ ସୌମ୍ୟ ଓ ଗୋବିନ୍ଦ ଗାଧୋଉଥିଲେ। ସେହି ସମୟରେ ସେମାନେ ପାଣିରେ ବୁଡ଼ି ଯାଇଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଦୁଇ ସାଙ୍ଗଙ୍କୁ ପାଣିରୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ଧର୍ମଶାଳା ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ରିପୋର୍ଟ- ଯାଜପୁରରୁ ଗୁଲାମ ଗସ୍
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
