Advertisment

ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ସାଙ୍ଗ

ଆଜି ଅପରାହ୍ନରେ ସିନ୍ଦୁରପୁର ଗାଁର ସନ୍ତୋଷ ନାୟକଙ୍କ ଝିଅ ସାଳିନି(୫), ବଳରାମ ଡାକୁଆଙ୍କ ଝିଅ ତୁଳସୀ(୬) ଓ ଅନ୍ୟମାନେ ପୋଖରୀକୁ ଗାଧୋଇ ପାଇଁ ଯାଇଥିଲେ।

Ganjam

Ganjam

Advertisment

ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ସାଙ୍ଗ। ଆଜି ଏପରି ହୃଦୟବିଦାରକ ଘଟଣା ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍‌ ଅଞ୍ଚଳରେ ଘଟିଛି।

Advertisment

ଆଜି ଅପରାହ୍ନରେ ସିନ୍ଦୁରପୁର ଗାଁର ସନ୍ତୋଷ ନାୟକଙ୍କ ଝିଅ ସାଳିନି(୫), ବଳରାମ ଡାକୁଆଙ୍କ ଝିଅ ତୁଳସୀ(୬) ଓ ଅନ୍ୟମାନେ ପୋଖରୀକୁ ଗାଧୋଇ ପାଇଁ ଯାଇଥିଲେ। ଗାଧେଇବା ପରେ ଜଣେ ଘରକୁ ଫେରି ଆସିଥିଲେ। ହେଲେ ତୁଳସୀ ଓ ଶାଳିନୀ ଘରକୁ ଆସିନଥିଲେ। ପରିବାର ଲୋକେ ସେମାନଙ୍କୁ ଚାରିଆଡେ ଖୋଜାଖୋଜି କରିଥିଲେ। କିନ୍ତୁ ପାଇନଥିଲା। ତେବେ ପରିବାର ଲୋକେ ଗାଁ ବନ୍ଧକୁ ଯାଇ ଦେଖିଲା ବେଳକୁ ସେମାନଙ୍କ ଡ୍ରେସ୍‌ ପାଉଛ ଉପରେ ରହିଛି। ତେଣୁ ସେମାନଙ୍କ ମନରେ ସନ୍ଦେହ ହୋଇଥିଲା।

ପରିବାର ଲୋକେ ଏନେଇ ସାନଖେମୁଣ୍ଡି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଗାଁ ପୋଖରୀରେ ଖୋଜାଖୋଜି କରିବା ପରେ ଦୁଇ ଝିଅଙ୍କ ମୃତଦେହ ଉଦ୍ଧାର କରିଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏ ନେଇ ପାଟପୁର ଥାନାରେ ନଂ ୧୪/୨୪,୧୫/୨୪ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

Advertisment

ରିପୋର୍ଟ- ଦିଗପହଣ୍ଡିରୁ ସତ୍ୟନାରାୟଣ ପାଢ଼ୀ

Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe