/odisha-reporter/media/post_attachments/uploadimage/library/16_9/16_9_0/IMAGE_1729000157.jpg)
Two friends drown in River
କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବିଲାଟ ଗାଁରେ ଅଘଟଣ । ଦୁଇ ସାଙ୍ଗ ନଦୀକୁ ଗାଧୋଇବାକୁ ଯାଇ ନଦୀରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡିଛି ।
Advertisment
ବିଲାଟ ଗାଁର ନେହା ଦୁର୍ଗା ଓ ରିଙ୍କି ହରିଜନ ଗାଁ ନିକଟସ୍ଥ ସାନ୍ଦୁଲ ନଦୀକୁ ଗାଧୋଇକୁ ଯାଇ ବୁଡ଼ି ଯାଇଥିଲେ । ପାଖରେ ଥିବା ଗାଁ ଲୋକ ତାଙ୍କ ପରିବାରକୁ ଖବର ଦେଇଥିଲେ । ପରେ ଦମକଳ କେନ୍ଦ୍ରକୁ ଖବର ଦିଆଯାଇଥିଲା । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଁଞ୍ଚି ଦୁଇ ଜଣଙ୍କ ମୃତ ଶରୀର ଉଦ୍ଧାର କରିଥିଲେ। ପରେ ନର୍ଲା ପୁଲିସ ମୃତ ଶରୀରକୁ ଜବତ କରି ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରିଥିଲେ । ଦୁଇ ସାଙ୍ଗଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
