ନଦୀରେ ବୁଡି ଦୁଇ ସାଙ୍ଗ ମୃତ

ଦୁଇ ସାଙ୍ଗ ନଦୀକୁ ଗାଧୋଇବାକୁ ଯାଇ ନଦୀରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡିଛି ।

ଦୁଇ ଯୁବତୀଙ୍କ ମୃତ ଦେହ

  • Published: Tuesday, 15 October 2024
  • , Updated: 15 October 2024, 07:24 PM IST

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବିଲାଟ ଗାଁରେ ଅଘଟଣ । ଦୁଇ ସାଙ୍ଗ ନଦୀକୁ ଗାଧୋଇବାକୁ ଯାଇ ନଦୀରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡିଛି ।

ବିଲାଟ ଗାଁର ନେହା ଦୁର୍ଗା ଓ ରିଙ୍କି ହରିଜନ ଗାଁ ନିକଟସ୍ଥ ସାନ୍ଦୁଲ ନଦୀକୁ ଗାଧୋଇକୁ ଯାଇ ବୁଡ଼ି ଯାଇଥିଲେ । ପାଖରେ ଥିବା ଗାଁ ଲୋକ ତାଙ୍କ ପରିବାରକୁ ଖବର ଦେଇଥିଲେ । ପରେ ଦମକଳ କେନ୍ଦ୍ରକୁ ଖବର ଦିଆଯାଇଥିଲା । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଁଞ୍ଚି ଦୁଇ ଜଣଙ୍କ ମୃତ ଶରୀର ଉଦ୍ଧାର କରିଥିଲେ। ପରେ ନର୍ଲା ପୁଲିସ ମୃତ ଶରୀରକୁ ଜବତ କରି ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରିଥିଲେ । ଦୁଇ ସାଙ୍ଗଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Related story