Advertisment

ନଦୀରେ ବୁଡ଼ିଗଲେ ଦୁଇ ବନ୍ଧୁ: ଜଣେ ମୃତ, ଅନ୍ୟ ଜଣେ ନିଖୋଜ

ଦିପ୍ତୀ ତାଙ୍କ ସାଙ୍ଗ ଅଭିଷେକଙ୍କୁ ନେଇ ନାନପୁରରେ ଜଣେ ବନ୍ଧୁ ଘରକୁ ଆସିଥିଲେ।

ଅଦ୍ୟତନ ହୋଇଛି
Drown

Drown

Advertisment

ନଦୀରେ ଗାଧୋଉଥିବା ବେଳେ ବୁଡ଼ି ଗଲେ ଦୁଇ ସାଙ୍ଗ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି। ଘଟଣାଟି ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ନିକଟ ନାନପୁରରେ।

Advertisment

ମୃତକଙ୍କ ନାଁ ଅଭିଜିତ ପାତ୍ର (୨୪)। ତାଙ୍କ ଘର ଭୁବନେଶ୍ୱରରେ। ନିଖୋଜ ଯୁବକଙ୍କ ନାଁ ଜ୍ୟୋତିରଞ୍ଜନ ପାଢ଼ୀ (୨୨)। ତାଙ୍କ ଘର ପଟ୍ଟାମୁଣ୍ଡାଇରେ।

ଜ୍ୟୋତିରଞ୍ଜନ ତାଙ୍କ ସାଙ୍ଗ ଅଭିଜିତଙ୍କୁ ନେଇ ନାନପୁରରେ ଜଣେ ବନ୍ଧୁ ଘରକୁ ଆସିଥିଲେ। ଆଜି ଦୁହେଁ ସେଠାରେ ବିରୁପା ନଦୀରେ ଗାଧୋଉଥିବା ବେଳେ ବୁଡ଼ି ଯାଇଥିଲେ। ଅଭିଜିତଙ୍କୁ ଗ୍ରାମବାସୀ ଉଦ୍ଧାର କରିଥିଲେ। ତେବେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। କିନ୍ତୁ ସେମାନେ ଜ୍ୟୋତିରଞ୍ଜନଙ୍କୁ ପାଇନଥିଲେ।

Advertisment

ଖବର ପାଇ ଚଣ୍ଡିଖୋଲରୁ ଦମକଳ ବାହିନୀ କର୍ମଚାରୀ ଆସି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ଜ୍ୟୋତିରଞ୍ଜନଙ୍କ ପତ୍ତା ମିଳି ନଥିଲା।

ରିପୋର୍ଟ- ଯାଜପୁରରୁ ଗୁଲାମ ଗସ

Drowning Death Drowning Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe