Advertisment

ଇବ୍‌ ନଦୀରେ ବୁଡ଼ି ୨ ନିଖୋଜ

ରାଜସ୍ଥାନରୁ ଆସି ଜଲେବି ବିକି ଚଳୁଥିଲେ।

drown

drown

Advertisment

ଝାରସୁଗୁଡ଼ାରେ ଇବ୍‌ ନଦୀରେ ବୁଡ଼ି ଦୁଇ ଜଣ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି। ନିଖୋଜ ବ୍ୟକ୍ତି ଦ୍ୱୟ ରାଜସ୍ଥାନର ସୋହନ ପାଲେୱାଲ ଓ ମଙ୍ଗିଲାଲ ପାଲେୱାଲ ବୋଲି ପୁଲିସ ସୂଚନା ଦେଇଛି। 

Advertisment

ସୋହନ ଓ ମଙ୍ଗିଲାଲ ସେମାନଙ୍କର କିଛି ସାଙ୍ଗଙ୍କ ସହ ଇବ ନଦୀକୁ ଗାଧେଇବା ପାଇଁ ଯାଇଥିବାବେଳେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି। ଏମାନେ ରାଜସ୍ଥାନରୁ ଆସି ଝାରସୁଗୁଡ଼ାର ଗାନ୍ଧୀଛକ ଅଞ୍ଚଳରେ ଛୋଟ ଛୋଟ ଦୋକାନ ଲଗାଇ ଜଲେବି ବିକ୍ରି କରୁଥିବା ପୁଲିସ କହିଛି। ଗାନ୍ଧୀଛକ ଫାଣ୍ଡି ପୁଲିସ ଏବଂ ଅଗ୍ନିଶମ ବିଭାଗ ସେମାନଙ୍କୁ ଖୋଜାଖୋଜି କରିଥିଲେ ବି ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କର ପତ୍ତା ମିଳି ନଥିଲା। 

Drowning Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe