Advertisment

ଦୁଇ ହାଇୱା ସାମ୍ନାସାମ୍ନି ଧକ୍କା

ଦୁଇ ହାଇୱା ମଧ୍ୟରେ ସାମ୍ନାସାମ୍ନି ଧକ୍କା ହୋଇଥିଲା

author-image
Biswajit Samal
Road Accident

Road Accident

ଦୁଇ ହାଇୱା ମଧ୍ୟରେ ମୁହଁମୁହିଁ ଧକ୍କା। ଏଥିରେ ଦୁଇ ଚାଳକ ଗୁରୁତର ଆହାତ ହୋଇଛନ୍ତି। ଆହାତ ମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଚାଳକଙ୍କ ପରିଚୟ ଜଣାପଡ଼ି ନାହିଁ।

Advertisment

ଆଜି ସକାଳେ ଅନୁଗୁଳ ଜିଲ୍ଲାରେ ମର୍ମନ୍ତୁଦ ଶଡ଼ଗ ଦୁର୍ଘଟଣା ହୋଇଛି। ଗୋଟିଏ ହାଇୱା ଗାଡ଼ି ବାଲି ଖାଲି କରି ଫେରୁଥିବାବେଳେ ସାମ୍ନା ପାର୍ଶ୍ୱରୁ ଦ୍ରୁତଗତିରେ ଆସୁଥିଲା ଅନ୍ୟଏକ ବାଲି ବୋଝେଇ ହାଇୱା। ଦୁଇ ହାଇୱା ମଧ୍ୟରେ ସାମ୍ନାସାମ୍ନି ଧକ୍କା ହୋଇଥିଲା। ଫଳରେ ଦୁଇଟି ଯାକ ଗାଡ଼ିର ଆଗ ପାର୍ଶ୍ୱ ସମ୍ପୁର୍ଣ୍ଣ ଭାଙ୍ଗି ଯାଇଛି।

ତେବେ ଘଟଣା ସ୍ଥଳରୁ ସ୍ଥାନୀୟ ଲୋକ ମାନେ ଗୋଟିଏ ହାଇୱା ଚାଳକକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ଚିକିତ୍ସାଳୟକୁ ପଠାଇ ଥିଲେ। ଖବର ପାଇ ଘଟଣାସ୍ଥଳରେ ବଅଁରପାଳ ଅଗ୍ନିଶମ ବାହିନୀ ପହଞ୍ଚି ପ୍ରାୟ ଦୁର୍ଘଟଣାର ୪ ଘଣ୍ଟା ପରେ ଅନ୍ୟ ଜଣେ ଚାଳକକୁ ଉଦ୍ଧାର କରିଥିଲେ। ତାଙ୍କୁ ଗୁରୁତର ଭାବେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଏବେ ଦୁଇ ଜଣ ଗାଡ଼ି ଚାଳକ ଚିକିତ୍ସତ ଅଛନ୍ତି।

Advertisment
Roadaccident