Advertisment

ଦୁଇ ଦିନରେ ୨ ଜଣ ପାଇଲଟଙ୍କ ମୃତ୍ୟୁକୁ ନେଇ ହଇଚଇ

ଇଣ୍ଡିଗୋ କମ୍ପାନୀର ପାଇଲଟ ଜଣଙ୍କ ଆଜି ନାଗପୁରରୁ ପୁଣେ ବିମାନ ଉଡ଼ାଇବାର ଥିଲା। ଏଥିପାଇଁ ସେ ନାଗପୁର ଏୟାରପୋର୍ଟରେ ପହଞ୍ଚି ବୋର୍ଡିଂ ପାଇଁ ପ୍ରସ୍ତୁତ ହେଉଥିଲେ।

Pilot

Pilot

Advertisment

ଦୁଇ ଦିନ ଭିତରେ ଦୁଇଟି ବିମାନ କମ୍ପାନୀର ଦୁଇ ଜଣ ପାଇଲଟ ପ୍ରାଣ ହରାଇବା ଭାରତରେ ହଇଚଇ ସୃଷ୍ଟି କରିଛି। ଆଜି ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋର ଜଣେ ପାଇଲଟ ହଠାତ୍‌ ଗୋଟିଏ ବୋର୍ଡିଂ ଗେଟ୍‌ ନିକଟରେ ଟଳି ପଡ଼ିଥିଲେ। ସେହିପରି ଗତକାଲି କତାର ଏୟାରୱେଜ ପାଇଲଟ ବିମାନ ମଧ୍ୟରେ ପ୍ରାଣ ହରାଇଥିଲେ।

Advertisment

ମିଳିଥିବା ସୂଚନା ଅନୁସାରେ, ଇଣ୍ଡିଗୋ କମ୍ପାନୀର ପାଇଲଟ ଜଣଙ୍କ ଆଜି ନାଗପୁରରୁ ପୁଣେ ବିମାନ ଉଡ଼ାଇବାର ଥିଲା। ଏଥିପାଇଁ ସେ ନାଗପୁର ଏୟାରପୋର୍ଟରେ ପହଞ୍ଚି ବୋର୍ଡିଂ ପାଇଁ ପ୍ରସ୍ତୁତ ହେଉଥିଲେ।

କିନ୍ତୁ ହଠାତ୍‌ ଗୋଟିଏ ବୋର୍ଡିଂ ଗେଟ ପାଖରେ ସେ ଚେତାଶୂନ୍ୟ ହୋଇ ପଡ଼ି ଯାଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଏହାପୂର୍ବରୁ ଅର୍ଥାତ ବୁଧବାର କତାର ଏୟାରୱେଜରେ ମଧ୍ୟ ଜଣେ ପାଇଲଟ ହୃଦଘାତ ଯୋଗୁ ଆଖି ବୁଜିଥିଲେ। ଏହି ପାଇଲଟ ଜଣଙ୍କ ପ୍ୟାସେଞ୍ଜର କ୍ୟାବିନରେ ଦିଲ୍ଲୀରୁ ଦୋହା ଯାଇଥିଲେ। ସେ ଅତିରିକ୍ତ କ୍ରୁ ସଦସ୍ୟ ଭାବେ ବିମାନରେ ଯାତ୍ରା କରୁଥିଲେ।

ତେବେ ଯାତ୍ରା ସମୟରେ ସେ ହୃଦଘାତର ଶିକାର ହୋଇଥିଲେ ଓ ତାଙ୍କର ମୃତ୍ୟୁ ଘଟିଥିଲା। କତାର ଏୟାରୱେଜ ପୂର୍ବରୁ ଏହି ପାଇଲଟ ଜଣଙ୍କ ସ୍ପାଇସ ଜେଟ, ଆଲିଏନ୍ସ ଏୟାର ଓ ସାହାରା ଭଳି କମ୍ପାନୀରେ କାମ କରିଥିଲେ।

ଦୁଇ ଦିନରେ ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଥିବା କଥାକୁ ଡିଜିସିଏ ନିଶ୍ଚିତ କରିଛି।

Indigo Airlines Pilot Collapses Pilot Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe