Advertisment

୧୫୦ଫୁଟ ତଳକୁ ଖସିଲା ଜିପ୍‌

ଡୁଡୁମା ଜଳପ୍ରପାତ ବୁଲିବାକୁ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା।

author-image
Jitendra Garnayak
Jeep

Jeep

୧୫୦ଫୁଟ ତଳକୁ ଖସିଲା ଜିପ। ଗୁରୁତର ଆହତ ହୋଇଛନ୍ତି ଦୁଇ ଜଣ ପର୍ଯ୍ୟଟକ। ଏହି ଦୁର୍ଘଟଣା ଘଟିଛି କୋରାପୁଟ ଜିଲ୍ଲା ଡୁଡୁମା ଜଳପ୍ରପାତ ନିକଟରେ।

Advertisment

ଗୁରୁତର ଆହତ ପର୍ଯ୍ୟଟକ ଦ୍ୱୟ ହେଉଛନ୍ତି ପରଜିତ ଦାସ ଓ ସୁନେନ୍ଦୁ ସାହୁ। ଉଭୟ ବାଲେଶ୍ୱରର ବୋଲି ଜଣାପଡ଼ିଛି। 

Jeepଦୁର୍ଘଟଣାଗ୍ରସ୍ତ ଗାଡ଼ି

ଏହି ଦୁଇ ଜଣ ଡୁଡୁମା ଜଳପ୍ରପାତ ବୁଲିବାକୁ ଯାଉଥିଲେ। ତେବେ ଡୁଡୁମା ଜଳପ୍ରପାତ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାରୁ ପ୍ରାୟ ୧୫୦ ଫୁଟ୍ ତଳକୁ ଓଲଟି ପଡ଼ିଥିଲା।

Advertisment
Jeepଦୁର୍ଘଟଣାଗ୍ରସ୍ତ ଗାଡ଼ି ନିକଟରେ ସ୍ଥାନୀୟ ଲୋକେ ଜମା ହୋଇଛନ୍ତି।

ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଅନକାଡେଲି ଡାକ୍ତରଖାନାକୁ ନେଇଥିଲେ। ସେଠାରେ ସେମାନଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା।ତା’ପରେ ସେମାନଙ୍କୁ ଜୟପୁରକୁ ସ୍ଥାନାନ୍ତର କରାଯାଇଥିଲା। 

ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁଇ ଜଣଙ୍କ ମଧ୍ୟରୁ ଯିଏ ଗାଡ଼ି ଚଲାଉଥିଲେ ତାଙ୍କ ଆଖି ଲାଗି ଯାଇଥିଲା। ତେଣୁ ଏହି ଦୁର୍ଘଟଣା ଘଟିଥିଲା।

ରିପୋର୍ଟ- ଲମତାପୁଟରୁ ଜଗତ ଜୀବନ

Accident