Advertisment

ସାନିଟାଇଜରରେ ନିଆଁ ଲାଗି ବିସ୍ଫୋରଣ, ୨ ଭଉଣୀ ଗୁରୁତର

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଘଟିଛି ଅଘଟଣ।

author-image
Jitendra Garnayak
ଅଦ୍ୟତନ ହୋଇଛି
Abhilipsa and Samikhya

Abhilipsa and Samikhya

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଘଟିଛି ଅଘଟଣ। ଚୁଲି ଜଳୁଥିବା ବେଳେ ପାଖରେ ଥିବା ସାନିଟାଇଜର ଡବାରେ ଅଗ୍ନି ସଂଯୋଗ ହୋଇଯିବାରୁ ବିସ୍ପୋରଣ ଘଟିଛି ଦୁଇ ନାବାଳିକା ଭଉଣୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଆହତ ଦୁଇ ନାବାଳିକା ହେଉଛନ୍ତି ଗାଁର ଗିରିଧାରୀ ମଳିକଙ୍କ ଝିଅ ଅଭିଲିପ୍ସା (୧୫) ଓ ସମୀକ୍ଷା (୧୦)।

ଆଜି ସକାଳ ପ୍ରାୟ ସାଢ଼େ ୮ଟା ବେଳେ ଅଭିଲିପ୍ସା ଚୁଲି ପାଖରେ ବସି ପୁରୀ ବେଲୁଥିଲେ। ତାଙ୍କ ପାଖରେ ସାନ ଭଉଣୀ ସମୀକ୍ଷା ମଧ୍ୟ ଥିଲେ। ଚୁଲି ପାଖରେ ଏକ ୫ ଲିଟିରିଆ ସାନିଟାଇଜର ଡବା ଥିଲା। କୌଣସି କାରଣରୁ ସେହି ସାନିଟାଇଜର ଡବାଟି ନିଆଁ ସଂସ୍ପର୍ଶରେ ଆସି ଯାଇଥିଲା। ତା’ ଭିତରେ ସାନିଟାଇଜର ଥିଲା। ସାନିଟାଇଜର ଅଗ୍ନି ସଂସ୍ପର୍ଶରେ ଆସିବା ପରେ ବିସ୍ଫୋରଣ ହୋଇଥିଲା। ଫଳରେ ଉଭୟ ଅଭିଲିପ୍ସା ଓ ସମୀକ୍ଷା ଆହତ ହୋଇଛନ୍ତି।

Advertisment

ଅଭିଲିପ୍ସା ଓ ସମୀକ୍ଷାଙ୍କ ଜେଜେ ମା’ ସୁଷମା ମଳିକ କହିଛନ୍ତି ଯେ ସାନିଟାଇଜର ଡବା ଫାଟି ଯିବାରୁ ଦୁଇ ନାତୁଣୀଙ୍କ ଉପରେ ସାନିଟାଇଜର ପଡ଼ିଗଲା। ଦୁହିଁଙ୍କ ଶରୀରେ ନିଆଁ ଲାଗି ଯାଇଥିଲା। ସେମାନେ ଚିତ୍କାର କରି ଘର ବାହାରକୁ ଚାଲି ଆସିଥିଲେ। ସେତେବେଳେ ଉପସ୍ଥିତ ପରିବାର ଲୋକେ ଓ ଅନ୍ୟମାନେ ପାଣି ଆଣି ସେମାନଙ୍କ ଉପରେ ଢାଳି ଦେଇଥିଲେ। ସେମାନଙ୍କ ହାତ, ଗୋଡ଼, ପିଠି ଆଦିରୁ ଚମ ଛାଡ଼ି ଯାଇଛି।

ଅଭିଲିପ୍ସା ଓ ସମୀକ୍ଷାଙ୍କୁ ପ୍ରଥମେ ଗୋବିନ୍ଦପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସେମାନଙ୍କୁ ସ୍ଥାନାନ୍ତର କରାଯାଇଛି।

ଆଳିରୁ ବନମାଳୀ ସାହୁଙ୍କ ରିପୋର୍ଟ