Accident
ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ଏରିଆନ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି।
କମଣ୍ଡ ସ୍ଥିତ ଷ୍ଟିଲ ପ୍ଲାଣ୍ଟରେ କାର୍ଯ୍ୟରତ ଡିଜେ ସ୍କ୍ରାପ ନାମକ ଠିକା ସଂସ୍ଥାର ୬ ଜଣ କର୍ମଚାରୀ କୋଇଡ଼ାରୁ ଏକ ଓମନି ଗାଡ଼ି (ଜେଏଚ ୦୫ବିୟୁ ୩୪୧୬) ଯୋଗେ ପ୍ଲାଣ୍ଟ ଅଭିମୁଖେ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ହାଇୱା ସହିତ ସେମାନଙ୍କର ମୁହାଁ ମୁହିଁ ଧକ୍କା ହୋଇଥିଲା। ଫଳରେ ଓମନି ଚାଳକ ଅଭିମନ୍ୟୁ କୁମାର ଓ ସାଜନ କୁମାରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।
ଖବର ପାଇ କୋଇଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚାରି ଜଣ ଗୁରୁତର ଆହତ- ରାହୁଲ କୁମାର ଶର୍ମା (୩୪), ଅର୍ଜୁନ କୁମାର ଯାଦବ (୩୨), ଶ୍ରୀକାନ୍ତ କୁମାର (୩୨) ଓ ସଞ୍ଜୟ ପ୍ରସାଦ (୨୯) ଙ୍କୁ ଉଦ୍ଧାର କରି କୋଇଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଗୁରୁତର ଆହତଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଥିଲା। ସମସ୍ତ ମୃତାହତ କେନ୍ଦୁଝର ଜିଲ୍ଲାର ବଡ଼ବିଲ ସହିତ ବିହାର, ଝାଡ଼ଖଣ୍ଡ ଏବଂ ଉତ୍ତର ପ୍ରଦେଶର ବାସିନ୍ଦା ବୋଲି ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Accident_1751625825.jpg)