/odisha-reporter/media/post_attachments/uploadimage/library/16_9/16_9_0/Dead_Body_1694347986.jpg)
Dead Body
ନୂଆପଡ଼ା ଜିଲ୍ଲା କୋମନା ଥାନା ଲର୍କି ଗାଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତାହତମାନେ ଜଳପାଙ୍କେଳ ଓ ଚାଉଳବାଞ୍ଜି ଗାଁର ବୋଲି ଜଣାପଡ଼ିଛି।
Advertisment
ଗୋଟିଏ ବାଇକରେ ଏହି ୩ ଯୁବକ ଦ୍ରୁତଗତିରେ ଆସି ଲର୍କି ଗାଁ ପାଖରେ ରାସ୍ତା କଡ଼ରେ ଥିବା ପମ୍ପ ହାଉସରେ ପିଟି ହୋଇଥିଲେ। ସୂଚନା ପାଇ ଦମକଳ ବାହିନୀ, ଆମ୍ବୁଲାନସ୍ ଓ କୋମନା ପୁଲିସ ଘଟଣାସ୍ଥଳକୁ ପହଞ୍ଚିଥିଲେ।
ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା। ସମସ୍ତଙ୍କୁ ସେଠାରୁ ଉଦ୍ଧାର କରି କୋମନା ଡାକ୍ତରଖାନା ନିଆଯାଇଥିଲା। ଗୁରୁତର ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ନୂଆପଡ଼ା ସ୍ଥାନାନ୍ତର କରାଯାଇଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
