Advertisment

ପମ୍ପ ହାଉସ୍‌ରେ ପିଟି ହେଲା ବାଇକ୍‌; ୨ ମୃତ, ଜଣେ ଗୁରୁତର

ଗୁରୁତର ଆହତଙ୍କୁ ନୂଆପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Dead Body

Dead Body

Advertisment

ନୂଆପଡ଼ା ଜିଲ୍ଲା କୋମନା ଥାନା ଲର୍କି ଗାଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତାହତମାନେ ଜଳପାଙ୍କେଳ ଓ ଚାଉଳବାଞ୍ଜି ଗାଁର ବୋଲି ଜଣାପଡ଼ିଛି।

Advertisment

ଗୋଟିଏ ବାଇକରେ ଏହି ୩ ଯୁବକ ଦ୍ରୁତଗତିରେ ଆସି ଲର୍କି ଗାଁ ପାଖରେ ରାସ୍ତା କଡ଼ରେ ଥିବା ପମ୍ପ ହାଉସରେ ପିଟି ହୋଇଥିଲେ। ସୂଚନା ପାଇ ଦମକଳ ବାହିନୀ, ଆମ୍ବୁଲାନସ୍ ଓ କୋମନା ପୁଲିସ ଘଟଣାସ୍ଥଳକୁ ପହଞ୍ଚିଥିଲେ।

ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା। ସମସ୍ତଙ୍କୁ ସେଠାରୁ ଉଦ୍ଧାର କରି କୋମନା ଡାକ୍ତରଖାନା ନିଆଯାଇଥିଲା। ଗୁରୁତର ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ନୂଆପଡ଼ା ସ୍ଥାନାନ୍ତର କରାଯାଇଥିଲା।

Advertisment
Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe