ଟ୍ରାକ୍ଟର ଓଲଟି ୨ ମୃତ, ୬ ଗୁରୁତର

ଟ୍ରାକ୍ଟରଟି ଚିକିଟି ବ୍ଳକ୍ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।

ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟର

  • Published: Tuesday, 21 November 2023
  • , Updated: 21 November 2023, 02:25 PM IST

ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ସୀମାନ୍ତ ତାଳଗୁରାଣ୍ଡି ଗାଁ ନିକଟରେ ଏକ ଟ୍ରାକ୍ଟର ଓଲଟି ପଡ଼ିବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଉଛନ୍ତି- ଜଗନ୍ନାଥ ଭୂୟାଁ (୪୩) ଓ ଡେରା ଶବର (୪୮)।

ମୃତାହତମାନେ ଗଞ୍ଚାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଗୁଡ଼ିପଦର ଗାଁର। ଆଜି ଗାଁର ପ୍ରାୟ ୧୦/୧୨ ଜଣ ପୁରୁଷ ଓ ମହିଳା ଏହି ଟ୍ରାକ୍ଟର ଯୋଗେ ଚିକିଟି ବ୍ଲକ୍‌କୁ ଏକ ରାଜନୀତିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ। ତାଳଗୁରାଣ୍ଡି ନିକଟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ଘଟଣାସ୍ଥଳରେ ଜଗନ୍ନାଥ ଭୂୟାଁ ଓ ଡେରା ଶବରଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଆହତଙ୍କୁ ନିକଟସ୍ଥ କାଞ୍ଚିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯାହା ଆନ୍ଧ୍ର ପ୍ରଦେଶରେ ଅବସ୍ଥିତ।

ଦୁର୍ଘଟଣା ସଂପର୍କରେ ଖବର ପାଇ ଉଭୟ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାଟି ଆନ୍ଧ୍ର ପ୍ରଦେଶର କାଞ୍ଚିଲି ଅଞ୍ଚଳରେ ଘଟିଥିବା ଜଣାପଡ଼ିବା ପରେ ସେଠାକାର ପୁଲିସ୍ ଏହାର ତଦନ୍ତ କରୁଛି।

Related story