Lightning
ରାଜ୍ୟର ଭିନ୍ନ ଭିନ୍ନ ଦୁଇଟି ସ୍ଥାନରେ ବଜ୍ରାଘାତରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଗୋଟିଏ ଘଟଣା ସମ୍ବଲପୁର ଜିଲ୍ଲାରେ ଘଟିଥିବା ବେଳେ ଅନ୍ୟଟି ଅନୁଗୋଳ ଜିଲ୍ଲାରେ ଘଟିଛି।
ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ଧାରୀ ଗାଁରେ ଆଜି ଅପରାହ୍ନରେ କିଛି ମହିଳା ଜମିରେ ଘାସ ବାଛୁଥିବା ବେଳେ ବଜ୍ରପାତ ହେବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ଆହତ ହୋଇଛନ୍ତି। ଆହତ ଦ୍ୱୟଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ମୃତ ମହିଳାଙ୍କ ନାଁ ଲଳିତା ଭୋଇ। ଆହତ ଦ୍ୱୟ ହେଉଛନ୍ତି- ସାବିତ୍ରୀ ସୁହୁଲା ଓ ପଦ୍ମିନୀ ରଣା। ବଜ୍ରପାତରେ ତିନି ଜଣ ଯାକ ଜମିରେ ଅଚେତ ହୋଇ ପଡ଼ିଯାଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଯୁଯୁମରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଲଳିତାଙ୍କୁ ମୃତ ଘୋଷଣା କରାଯାଇଥିଲା। ସାବିତ୍ରୀ ଓ ପଦ୍ମିନୀଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ସମ୍ବଲପୁର ସ୍ଥାନାନ୍ତର କରାଯାଇଥିଲା।
ସେହିପରି ନୟାଗଡ଼ ଜିଲ୍ଲା ଗଣିଆ ଥାନା ପୂର୍ଣ୍ଣଚନ୍ଦ୍ରପୁର ଗାଁରେ ବଜ୍ରପାତରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ସେ ମଧ୍ୟ ତାଙ୍କ ଚାଷ ଜମିରେ କାମ କରୁଥିବା ବେଳେ ବଜ୍ରପାତ ହେବାରୁ ପ୍ରାଣ ହରାଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Lightning_1712495469.jpg)