ଅଦ୍ୟତନ ହୋଇଛି
Bus
Advertisment
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚିଲକପୁରରେ ଆଜି ସନ୍ଧ୍ୟାରେ ବସ୍ ଧକ୍କାରେ ୨ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି କରି ମାଝୀ ଓ ଜଗନ୍ନାଥ ନାଏକ।
Advertisment
କରି ମାଝୀଙ୍କ ଘର କଲମପୁର ବ୍ଲକ ଗୁମାବାହାଲରେ। ସେହିପରି ଜଗନ୍ନାଥଙ୍କ ଘର ତୋତରାଗୁଡ଼ାରେ। ସେମାନେ ଜୁନାଗଡ଼ରୁ ବାଇକ୍ ଯୋଗେ ସେମାନଙ୍କ ଗାଁ ଅଭିମୁଖେ ଫେରୁଥିଲେ। ସେହି ସମୟରେ କଲମପୁରରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍ ସେମାନଙ୍କୁ ଚିଲକପୁରଠାରେ ଧକ୍କା ଦେଇଥିଲା। କରି ଓ ଜଗନ୍ନାଥଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।
ଜୁନାଗଡ଼ ପୁଲିସ୍ ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Bus_1701704450.jpg)