Advertisment

ପିକ୍‌ଅପ୍ ଭ୍ୟାନ୍ ଓଲଟି ୨ ମୃତ

ଗାଡ଼ିଟି ରାଉରକେଲାରୁ ବଣାଇ ଅଭିମୁଖେ ଯାଉଥିବା ବେଳେ ବିରତୋଳାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Accident

Accident

Advertisment

ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ବିରତୋଳା ପଥପ୍ରାନ୍ତ ବିଶ୍ରାମ ଗୃହ ସମ୍ମୁଖରେ ୧୪୩ ନମ୍ବର ଜାତୀୟ ରାଜପଥରେ ଏକ ଟାଇଲ ବୋଝେଇ ପିକ୍‌ଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ ଡାଲାରେ ବସିଥିବା ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଗାଡ଼ି ଚାଳକ ଗୁରୁତର ଆହତ ହୋଇଛନ୍ତି।

Advertisment

ଏହି ଗାଡ଼ିଟି ରାଉରକେଲାରୁ ବଣାଇ ଅଭିମୁଖେ ଯାଉଥିବା ବେଳେ ବିରତୋଳା ପଥପ୍ରାନ୍ତ ବିଶ୍ରାମ ଗୃହ ସମ୍ମୁଖରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ଶ୍ରମିକ ଦ୍ୱୟଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଡ୍ରାଇଭରଙ୍କୁ ଲହୁଣୀପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe