/odisha-reporter/media/post_attachments/uploadimage/library/16_9/16_9_0/Road_1697535222.jpg)
Road
କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ କୋଳିମାଟି ହାଟ ନିକଟରେ ଜାତୀୟ ରାଜପଥ ୨୦ରେ ଏକ ଲୁହା ପଥର ବୋଝେଇ ଟ୍ରକ ଧକ୍କାରେ ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଖବର ଲେଖାଯିବା ସୁଦ୍ଧା ମୃତକ ଦ୍ୱୟଙ୍କ ପରିଚୟ ମିଳିପାରି ନାହିଁ।
Advertisment
ଦୁର୍ଘଟଣା ଘଟାଇଥିବା ଟ୍ରକ୍ଟି ଫେରାର ହୋଇଯାଇଥିବା ବେଳେ ପୁଲିସ ଶବ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଦୁର୍ଘଟଣା ପରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଥିଲା। ପୁଲିସ୍ ଲୋକଙ୍କୁ ବୁଝାସୁଝା କରିବା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା।
ସ୍ଥାନୀୟ ବାସିନ୍ଦା ଶମ୍ଭୁନାଥ ରାଉତ କହିଛନ୍ତି ଯେ ପ୍ରଶାସନର ଅବହେଳା ଯୋଗୁ ବାରମ୍ବାର ଏଠାରେ ୨୦ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଘଟୁଛି। ଦ୍ରୁତିଗତି ଯୋଗୁ ଏଭଳି ଦୁର୍ଘଟଣା ଘଟୁଛି। କିନ୍ତୁ ଏଦିଗରେ ପ୍ରଶାସନ ପଦକ୍ଷେପ ନେଉ ନାହିଁ। ସେହିଭଳି ଅନେକ ଅନଭିଜ୍ଞ ଡ୍ରାଇଭର ଟ୍ରକ୍ ଚଲାଉଥିବା ଦେଖିବାକୁ ମିଳୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
