Advertisment

ବାଇକ ଧକ୍କାରେ ଦୁଇ ମୃତ

ଘଟଣା ସ୍ଥଳରେ କାଠ ବୋଝେଇ କରୁଥିବା ବ୍ୟକ୍ତି ଓ ବାଇକ୍‌ ଚାଳକ ଉଭୟଙ୍କର ମୃତ୍ୟୁ ଘଟିଛି

Rayagada

Rayagada

Advertisment

ରାୟଗଡ଼ା ଜିଲ୍ଲା ୪୫ ନମ୍ବର ରାଜ୍ୟ ରାଜପଥର କୃଷ୍ଣନଗର ଗାଁ ଛକ ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରାକ୍ଟରରେ କାଠ ବୋଝେଇ କରୁଥିବା ଲୋକକୁ ପଛପଟୁ ଗୋଟିଏ ବାଇକ ଧକ୍କା ଦେଇଥିଲା। ତେ‍ବେ ଘଟଣା ସ୍ଥଳରେ କାଠ ବୋଝେଇ କରୁଥିବା ବ୍ୟକ୍ତି ଓ ବାଇକ୍‌ ଚାଳକ ଉଭୟଙ୍କର ମୃତ୍ୟୁ ଘଟିଛି। ମୃତକ ପରିଚୟ ହେଉଛି ଉପରସାଜା ଗାଁର ଯୋଗେଶ ମିଣିଆକା ଓ ବାଇକ୍‌ ଚାଳକଙ୍କ ନାଁ ଜଣା ପଡ଼ିନାହିଁ।

Advertisment

ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ଉପରସାଜା ଗାଁର ଯୋଗେଶ ଏକ ଟ୍ରାକ୍ଟରରେ କାଠ ବୋଝେଇ କରୁଥିଲା। ସେଇ ସେଇସମୟରେ ସିକରପାଇ ଠାରୁ ଏକ ବାଇକ ଦ୍ରୁତ ଗତିରେ ଆସୁଥିଲା ବେଳେ ଟ୍ରାକ୍ଟର ନିକଟରେ ଠିଆ ହୋଇଥିବା ଯୋଗେଶକୁ ଧକ୍କା ଦେଇଥିଲେ। ଯାହା ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି।

ବାଇକ୍‌ ଚାଳକ ଜଣକ ରେଳବାଇ ବିଭାଗରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ବର୍ତ୍ତମାନ ଉକ୍ତ ଅଞ୍ଚଳରେ କ୍ଷତି ପୁରଣ ପାଇଁ ରାସ୍ତା ଅବରୋଧ କରିଛନ୍ତି। ଘଟଣା ସ୍ଥଳରେ ଥାନା ଅଧିକାରୀ ନୀଳକଣ୍ଠ ବେହେରା ପହଞ୍ଚି ତଦନ୍ତ ଚଳାଇଛନ୍ତି। ଆସନ୍ତା କାଲି ଶବ ବ୍ୟବଚ୍ଛେଦ ସରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।

Advertisment
Accident Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe