ଦୁର୍ଘଟଣାଗ୍ରସ୍ତ ବାଇକ Photograph: (OR)
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା (Accident)। ବୋଲେରୋ ଓ ବାଇକ୍ ମଧ୍ୟରେ ହେଲା ମୁହାମୁହିଁ ଧକ୍କା। ଚାଲିଗଲା ୨ ଜଣଙ୍କ ଜୀବନ। ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି।
କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଚଂମୁହିଁ ଗ୍ରାମର ରାହାସ ମୁଣ୍ଡା ସ୍ତ୍ରୀ ସୁକୁଟି ମୁଣ୍ଡା ଓ ଛୋଟ ଝିଅଙ୍କୁ ନେଇ ବାଇକ ଯୋଗେ ଘଟଗାଁରୁ ଫେରୁଥିଲେ। ବାଟରେ କୋଳିମାଟି ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବୋଲେରୋ ସହ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ସୁକୁଟି ମୁଣ୍ଡା ଓ ତାଙ୍କ ଝିଅଙ୍କର ଘଟଣାସ୍ତଳରେ ମୃତ୍ୟୁ ଘଟିଥିଲା। ସୁକୁଟିଙ୍କ ସ୍ୱାମୀ ରାହାସ ମୁଣ୍ଡା ଓ ବୋଲେରୋ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଘଟଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/09/24/accident-2025-09-24-20-33-46.jpg)