Advertisment

Accident: ବାଇକକୁ ପିଟିଦେଲା କୋଇଲା ବୋଝେଇ ଟ୍ରକ୍; ୨ ମୃତ

ଘଟଣାସ୍ଥଳରେ ବୁଲୁ ପରିଡ଼ାଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଆହତ ଅବସ୍ଥାରେ ବିପିନ ସାହୁଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

author-image
Jitendra Garnayak
BIKE ACCIDENT

ଅନୁଗୋଳ ଜିଲ୍ଲା ନିଶା ଇଣ୍ତଷ୍ଟ୍ରିଆଲ୍ ଥାନା ମହିତଳା ଛକରେ କୋଇଲା ବୋଝେଇ ଟ୍ରକ୍ ଧକ୍କାରେ ୨ ଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। 

Advertisment

ମୃତକ ଦ୍ୱୟ ହେଉଛନ୍ତି କଣିହାଁର ଦଣ୍ଡସିହା ଗାଁର ବୁଲୁ ପରିଡ଼ା ଓ ନତଡ଼ା ଗାଁର ବିପିନ ସାହୁ। ସେମାନେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ। କମ୍ପାନୀରେ କାମ ସାରି ଘରକୁ ଫେରିବା ସମୟରେ ମହିତଳା ଛକ ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍ ସେମାନଙ୍କ ବାଇକ୍‌କୁ  ଧକ୍କା ଦେଇଥିଲା।

ଘଟଣାସ୍ଥଳରେ ବୁଲୁ ପରିଡ଼ାଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଆହତ ଅବସ୍ଥାରେ ବିପିନ ସାହୁଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନିଶା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। 

Advertisment